ବ୍ରହ୍ମପୁର ପରେ ନବରଙ୍ଗପୁର ବିଜେଡ଼ିକୁ ଧୋଇଲେ ମୋଦି; କହିଲେ ଏଥର ବିଜେଡି ଯିବ, ଓଡ଼ିଶାରେ ବିଜେପି ଆସିବ

ବ୍ରହ୍ମପୁର ପରେ ନବରଙ୍ଗପୁର ସଭାରେ ବର୍ଷିଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏଠାକାର ବିକାଶ କରି ମୁଁ ଆପଣଙ୍କ ଆଶୀର୍ବାଦ ଫେରସ୍ତ କରିବି । ଆପଣଙ୍କ ଉତ୍ସାହ ସ୍ପଷ୍ଟ କରୁଛି ଯେ ଏଥର ବିଜେଡି ଯିବ । ଏଥର ବିଜେଡି ଯିବ, ଓଡ଼ିଶାରେ ବିଜେପି ଆସିବ।

ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର । ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି । ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ, ସେ ହେବ ମୁଖ୍ୟମନ୍ତ୍ରୀ।

ଓଡ଼ିଶା ଲୋକଙ୍କୁ ଜାଣିଥିବ, ବୁଝିଥିବ, ସେ ହିଁ ହେବ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ । ଡବଲ ଇଂଜିନ ସରକାର ଓଡ଼ିଶା ବିକାଶକୁ ନୂଆ ଗତି ଦେବ । ସମସ୍ତ ୨୧ ଲୋକସଭା ସିଟ୍‌ରେ ବିଜେପି ବିଜୟୀ ହେବ ।

pm Modi

ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ । ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି, ନୂଆ ନେତୃତ୍ବ ମିଳିବ। ୪ ଜୁନ୍‌ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ।

ବିଜେପି ସରକାର ଶପଥ ସମାରୋହକୁ ନିମନ୍ତ୍ରଣ ଜଣାଉଛି। କିଛି ଲୋକ ରାମମନ୍ଦିର ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଥିଲେ। ଆପଣମାନେ ସେମିତି କରିବେନି, ନିଶ୍ଚିତ ଯିବେ ବୋଲି ବିଶ୍ବାସ ।

ମୋଦିଙ୍କ ଯୋଜନାକୁ ବିଜେଡି ସରକାର ଲାଗୁ କରୁନି । ଯାହା ଲାଗୁ କରୁଛନ୍ତି, ସେଥିରେ ନିଜ ଷ୍ଟାମ୍ପ ପିଟି ଦେଉଛନ୍ତି । ଆପଣମାନେ ଗାଁ ଗାଁକୁ ଯାଇ ଗ୍ୟାରେଣ୍ଟି ଦିଅନ୍ତୁ । ଏହା ପରେ ଆଉ ବିଜେଡିର ଗଡ଼ବଡ଼ି ଚାଲିପାରିବନି କହନ୍ତୁ ।

ଏଠାକାର ଯୁବକଙ୍କୁ ରୋଜଗାର ପାଇଁ ବାହାରକୁ ଯିବାକୁ ପଡ଼ୁଛି ।ବିଜେଡି ୨୫ ବର୍ଷ ଭିତରେ ଆପଣଙ୍କ ଅସୁବିଧା ଦୂର କରିନି। ଯିଏ ଆପଣଙ୍କ ପାଇଁ କିଛି କରିନି, ସେ କାହିଁକି ରହିବ। ମୋଦିର ଗ୍ୟାରେଣ୍ଟି, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ ।

ଓଡ଼ିଶାର ବିକାଶ ନିଶ୍ଚିତ ଭାବେ ହେବ, ଏହା ମୋଦିର ଗ୍ୟାରେଣ୍ଟି । ବିରୋଧୀଙ୍କ ଗାଳି ଖାଇଲେ ବି ମୁଁ ଆପଣଙ୍କ ପାଇଁ କାମ କରିବି । ଗରିବଙ୍କ ପଇସା କେହି ଲୁଟି ପାରିବେନି, ସିଧା ଖାତାକୁ ଯିବ ।

ମୋଦି ଜଗନ୍ନାଥଙ୍କ କ୍ଷେତ୍ରକୁ ଭବ୍ୟ ବନାଇବ, ଏହା ଗ୍ୟାରେଣ୍ଟି । ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲି । ବିଶ୍ବର ସବୁ ବଡ଼ ନେତାଙ୍କୁ ଦେଖାଇଥିଲି, ଓଡ଼ିଶାର ଐତିହ୍ୟ କହିଥିଲି। ସମସ୍ତେ ଫଟୋ ଉଠାଇଥିଲେ, ଏବେ ସବୁ ବଡ଼ ନେତାଙ୍କ ଘରେ କୋଣାର୍କ ଫଟୋ ରହିଛି ବୋଲି ମୋଦି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+