ଖୋର୍ଦ୍ଧା ବିଜେପି ଟିକେଟ ନେଇ ହଙ୍ଗାମା; ରାଜ୍ୟ କାର୍ଯ୍ୟାଳୟରେ ହଙ୍ଗାମା କଲେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ

ଖୋର୍ଦ୍ଧା ବିଜେପି ଟିକେଟ ନେଇ ହଙ୍ଗାମା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହଙ୍ଗାମା କଲେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ। ଖୋର୍ଦ୍ଧାରେ ବିଜେପି କର୍ମୀ ମେଳି କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ କରିଛନ୍ତି । କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ଅପରାଜିତାଙ୍କୁ ବିରୋଧ କରୁଛନ୍ତି ।

ଜୟଶ୍ରୀରାମ ନାରା ଦେଇ ସମର୍ଥକ ପାର୍ଟି ଅଫିସରେ ହୋହଲ୍ଲା କରିଛନ୍ତି । ଖୋର୍ଦ୍ଧା ଅଂଚଳରେ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ନଦେବାକୁ ଦାବି କରି ବିରୋଧ କରିଛନ୍ତି ବିଜେପି କର୍ମୀ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନାରାବାଜି କରିଛନ୍ତି । ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଲେ ହଜାର ହଜାର ବିଜେପି କର୍ମୀ ଦଳରୁ ଅସ୍ତଫା ଦେବେ ବୋଲି କହିଛନ୍ତି ।

KALUCHARAN KHANDEITARAY

ଗତକାଲି ରାତିରେ ଖୋର୍ଦ୍ଧା ଉପକଣ୍ଠ ମଳିପଡା ସ୍ଥିତ ବିଜେପି ପାର୍ଟି ଅଫିସରେ ହଙ୍ଗାମା କରିଥିଲେ ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତ ରାୟଙ୍କ ସମର୍ଥକ । ସେପଟେ ସାମ୍ନାକୁ ଆସି ଉତେଜନାକୁ ଶାନ୍ତ କରିଛନ୍ତି ପ୍ରଶାନ୍ତ ଜଗଦେବ । କହିଲେ, ନିର୍ବାଚନ ଲଢିବାକୁ ସେ ବିଜେପିରେ ସାମିଲ ହୋଇନାହାନ୍ତି । ଜଣେ ସୈନିକ ଭାବେ କାମ କରିବେ । କାଳୁ ଖଣ୍ଡାୟତଙ୍କୁ ସଂପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି । କିନ୍ତୁ ଯଦି ଦଳ ତାଙ୍କୁ ପ୍ରାର୍ଥୀ କରେ ତେବେ ସେ ନିର୍ବାଚନ ଲଢିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+