Get Updates
Get notified of breaking news, exclusive insights, and must-see stories!

ମଇ ୨୯ ତାରିଖ: ଓଡ଼ିଶା ରାଜନୀତିରେ ଅଦିନିଆ ଝଡ; ବିଜେଡ଼ି-ପ୍ୟାରୀ-ପାଣ୍ଡିଆନ

ଓଡ଼ିଶା ରାଜନୀତିରେ ଆଜି ଦିନଟି ଭାରି ନିଆରା । ମଇ ୨୯ ତାରିଖ ଓଡ଼ିଶା ରାଜନୀତି ଇତିହାସକୁ ଓଲଟାଇ ଦେଇଛି । ମଇ ୨୯ ତାରିଖ ଓଡ଼ିଶା ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ । ଓଡ଼ିଶା ରାଜନୀତିରେ ଭୟ, ଆତଙ୍କ, ବିଦ୍ରୋହ ବିଶ୍ୱାସଘାତକତା ଓ ସଫଳତାର ଫେଣ୍ଟା ଫେଣ୍ଟି ଦିନର ମୁକସାକ୍ଷୀ ହେଉଛି ମଇ ୨୯।

ଆଜିକୁ ଠିକ୍ ୫ ବର୍ଷ ତଳେ ଅର୍ଥାତ୍ ୨୦୧୯ ମଇ ମାସ ୨୯ ତାରିଖରେ ପଞ୍ଚମ ଥର ପାଇଁ ସରକାର ଗଠନ କରିଥିଲା ବିଜୁ ଜନତା ଦଳ। ୨୦୦୦, ୨୦୦୪, ୨୦୦୯, ୨୦୧୪ ପରେ ୨୦୧୯ ମସିହାରେ ବି ରାଜନୀତି ପଣ୍ଡିତଙ୍କ ବୁଦ୍ଧି ହଜାଇଦେଇଥିଲା ନିର୍ବାଚନ ଫଳାଫଳ । ୧୧୨ ଆସନରେ ବାଜି ମାରିଥିଲା ବିଜେଡ଼ି ।

ମିଡନାଇଟ୍‌ ଅପରେସନ୍:
ଲଗାତାର ୫ମ ଥରର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କର ଆଜି ବି ମଇ ୨୯ କଥା ମନେ ପଡ଼ିଲେ ଛନକା ପଶିଯାଉଥିବ । କାରଣ ୨୦୧୨ ମସିହା ଆଜିର ଦିନରେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା । ଏହି ଦିନ ହିଁ ଓଡ଼ିଶା ରାଜନୀତିର ବିଚକ୍ଷଣ ନେତା ତଥା ସ୍ୱର୍ଗତ ପ୍ୟାରୀ ମୋହନଙ୍କ ଭାଗ୍ୟରେ ଲେଖା ହୋଇଥାଆନ୍ତ ଏକ ନୂଆ ଅଧ୍ୟାୟ । ସୃଷ୍ଟି ହୋଇଥାନ୍ତା ନୂଆ ଇତିହାସ। କ୍ଷମତାର ଲାଳସା ପ୍ୟାରୀବାବୁଙ୍କୁ ଏତେ ଆଗକୁ ନେଇ ଯାଇଥିଲା ଯେ, ସେ କିଙ୍ଗ ମେକରରୁ ହୋଇଥାନ୍ତେ କିଙ୍ଗ। ହେଲେ ସବୁ ଉଦ୍ୟମ ଫସର ଫାଟି ଯାଇଥିଲା।

ବିଜେଡି ମୁଖିଆ ସିନା ଥିଲେ ନବୀନ ହେଲେ ସବୁ ନିଷ୍ପତ୍ତିର ପ୍ରଚ୍ଛଦପଟ୍ଟ ନାୟକ ଥିଲେ ପ୍ୟାରୀ ମୋହନ ମହପାତ୍ର । ସେ ଯେମିତି ନଚାଉ ଥିଲେ ଦଳର ନେତାମାନେ ଠିକ୍‌ ‌ସେମିତି ନାଚୁଥିଲେ । ଦଳରୁ କାହାକୁ ବିଦା କରାଯିବ, କାହାକୁ ଟିକଟ ଦିଆଯିବ ଏସବୁର ରଣନୀତି ପ୍ରସ୍ତୁତ କରୁଥିଲେ ପ୍ୟାରୀ। ରାତି ଅଧିଆ ବିଜୟ ମହାପାତ୍ରଙ୍କ ଟିକଟ କାଟିବା, ନଳିନୀ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଭଳି ନେତାଙ୍କୁ ବିଦା କରି ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ହୋଇଥିଲେ ପ୍ୟାରୀ।

ଚୂଡ଼ାନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀଙ୍କ କଲମରେ ଘଟୁଥିଲେ ମଧ୍ୟ କାଳିମାର ଛିଟା ପ୍ୟାରୀବାବୁଙ୍କ ଇମେଜରେ ହିଁ ଲାଗୁଥିଲା। ସବୁ ନିନ୍ଦା, ଅପବାଦ ଓ ଅପମାନର ବୋଝ ପ୍ୟାରୀବାବୁଙ୍କ ମୁଣ୍ଡରେ ହଁ ଯାଉଥିଲା।

ଏସବୁ ମଧ୍ୟରେ ଚାଣକ୍ୟରୁ ମୁଖ୍ୟମନ୍ତ୍ରୀ ହେବାର ନିଶା ପ୍ୟାରୀ ମହାପାତ୍ରଙ୍କ ନିଦ ହଜେଇ ଦେଇଥିଲା । ଆଉ ସେ ଏଥିପାଇଁ ସମୟ ସୁଯୋଗ ଦେଖି ସେ ବାଛିଥିଲେ ୨୦୧୨ ମସିହା ମଇ ୨୯ ତାରିଖ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ ନବୀନ ପଟ୍ଟନାୟକ। ନବୀନ ଲଣ୍ଡନ ଗସ୍ତରେ ଥିବା ବେଳେ କ୍ଷମତା କେନ୍ଦ୍ରକୁ ଅପହରଣ ପାଇଁ ଆରମ୍ଭ ହୋଇଥିଲା ମିଡ୍‌ ନାଇଟ୍‌ ଅପରେସନ। କେତେକ ବିଧାୟକଙ୍କୁ ହାତରେ ଧରି ପରଦିନ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିଜେ ପ୍ୟାରୀ ଦାବି କରିଥାନ୍ତେ ବୋଲି ଚର୍ଚ୍ଚା ହୋଇଥିଲା।

୨୦୧୨ ମଇ ୨୯ରେ ଓଡ଼ିଶା ରାଜନୀତିରେ ଏକ ରାଜନୈତିକ ବାତ୍ୟା ସୃଷ୍ଟି ହୋଇଥିଲା। ହେଲେ ବାତ୍ୟାର କେନ୍ଦ୍ରସ୍ଥଳୀ ଥିଲା ସହିଦନଗର।
ସେଦିନର ପ୍ୟାରୀବାବୁଙ୍କ ତତ୍କାଳୀନ ଶିଷ୍ୟ ତଥା ଆଜିର କିଛି ଯୁବନେତା ଘଟଣା ଦିନ ଗୁପ୍ତରେ ସହିଦନଗର ଗଡ଼ ସମ୍ଭାଳି ଥିଲେ ମତେ ଧରାପଡ଼ିବା ଆଗରୁ ଚତୁରତାର ସହ ଖସି ଯାଇଥିଲେ । ଆଉ ଶେଷରେ ପ୍ୟାରୀ ହିଁ ଦଳରୁ ବିଦା ହେଲେ। ଯାହା ରାଜ୍ୟ ରାଜନୀତି ପାଇଁ ଅଭୁଲା ଦିନ ମନେ ହୁଏ ।

ଅନ୍ୟପଟେ ସଂଯୋଗ ବଶତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୨୯ରେ ଭିନ୍ନ ଏକ କାରଣରୁୁ ଚର୍ଚ୍ଚାକୁ ଆସିଛିନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଲଗାତାର ୫ମ ଥର ପାଇଁ ରାଜ୍ୟରେ ବିଜୁ ଜନତା ଦଳ ବିଜୟୀ ହୋଇ ସରକାର ଗଠନ କରିଥିଲା। ଆଉ ମେ ୨୯ ତାରିିଖରେ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥିସହିତ ୨୨ବର୍ଷ ପରେ ମଧ୍ୟ ନବୀନ ରାଜ୍ୟ ରାଜନୀତିର ସର୍ବମାନ୍ୟ ନେତା ତାହା ମଧ୍ୟ ପ୍ରମାଣିତ ହୋଇଛି। ଏସବୁ ମଧ୍ୟରେ ସବୁଠୁ ବଡ଼ କଥା ହେଲା ମେ ୨୯କୁ ନେଇ କିଛି ସକାରାତ୍ମକ ଆଲୋଚନା ପାଇଁ ଖୋରାକ ମଧ୍ୟ ମିଳିଛି।

୨୦୧୨ ମେ ୨୯ ମିଡ ନାଇଟ ଅପରେସନ୍‌ ସହିତ ଯୋଡି ହୋଇଥିବା ନେତାଙ୍କ ମଧ୍ୟରୁ ଇତି ମଧ୍ୟରେ କେତେ ଜଣ ନେତା ପରଲୋକ ପ୍ରାପ୍ତି ହୋଇଥିବା ବେଳେ ଆଉକିଛି ନେତା ଦଳ ବଦଳ କରିିଥିବା ବେଳେ ଆଜିର ସମୟରେ କିଛି ନେତା ରାଜନୀତିରୁ ଅପସରି ଯାଇଛନ୍ତି । ଆଉ କେତେଜଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ କ୍ଷମା କରିଥିବା ବେଳେ କିଛି ନେତା ଉଭୟ ଦଳ ଓ ସରକାରରେ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଫେରିଛନ୍ତି ।2024-05-29

ପାଣ୍ଡିଆନ୍‌ଙ୍କ ଜନ୍ମଦିନ:
ବର୍ତ୍ତମାନ ସମୟରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ନାମ ହେଉଛି ଭି କେ ପାଣ୍ଡିଆନ୍। ୨୦୧୨ ମସିହାରେ ରାଜ୍ୟ ରାଜନୀତିର ପ୍ରଚ୍ଛଦପଟ୍ଟ ନାୟକ ପ୍ୟାରୀ ମହାପାତ୍ର ଥିବାବେଳେ ବର୍ତ୍ତମାନ ସମୟରେ ଭି କାର୍ତ୍ତିକ ପାଣ୍ଡିଆନ୍‌ ସେହି ଦାୟିତ୍ବ ତୁଲାଉଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହୁଏ। ମେ' ୨୯ ତାରିଖ ହେଉଛି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ‌ଙ୍କ ଜନ୍ମ ତାରିଖ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+