ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା; କହିଲେ ଆକାଶ ସଫା ହୋଇ ଆସିଲାଣି, ଧୀରେ ଧୀରେ ସ୍ପଷ୍ଟତା ଆସିବ
ମେଣ୍ଟ ଚର୍ଚ୍ଚା ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆକାଶ ସଫା ହୋଇ ଆସିଲାଣି ବୋଲି କହିଲେ ମନମୋହନ । ଅମିତ ଶାହ ସବୁ କହି ସାରିଛନ୍ତି, ସବୁ କଥା ସ୍ପଷ୍ଟ ହୋଇଛି ବୋଲି ମନମୋହନ ସାମଲ କହିଛନ୍ତି ।
ଆକାଶ ସଫା ହୋଇ ଆସିଲାଣି, ଧୀରେ ଧୀରେ ସ୍ପଷ୍ଟତା ଆସିବ ବୋଲି କହିଛନ୍ତି । ଯେବେ ଚୂଡ଼ାନ୍ତ ହେବ, ସେ ସଂପର୍କରେ ପ୍ରକାଶ କରାଯିବ ।
ଧୈର୍ଯ୍ୟ ଧରନ୍ତୁ, ଯାହାର ଧୈର୍ଯ୍ୟ ଅଛି ତାର ବିଜୟ ହେବ । ଦଳ ସବୁ ସମୟରେ ପ୍ରସ୍ତୁତ ଅଛି ବୋଲି କହିଲେ ମନମୋହନ।

ଶାହା କହିଥିଲେ ମେଣ୍ଟ ହେଲେ ବିଜେଡି ସହ ଲଢିବୁ । ନ ହେଲେ ରାଜ୍ୟରେ ସରକାର ଗଢିବା ଲାଗି ବିଜେପି ଏକାକୀ ଲଢିବ । ଏପରିକି ରାଜ୍ୟରେ ବିଜେପିର ଆସନକୁ ନେଇ ଶାହା କହିଛନ୍ତି, 'ନିଶ୍ଚିତ ଭାବେ ଲୋକସଭା ଓ ବିଧାନସଭାରେ ଆମ ସଂଖ୍ୟା ବଢ଼ିବ । ଓଡ଼ିଶାରେ ଆମ ଶକ୍ତିରେ ବଡ଼ ଅଭିବୃଦ୍ଧି ହେବଲ ।
ଏହା ବାଦ୍ ଦିନକ ପୂର୍ବରୁ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ନେଇ ଶାହା କହିଛନ୍ତି, 'ସବୁ ମେଣ୍ଟ ଆବଶ୍ୟକତା ପାଇଁ ହୁଏନି । ଅନେକ ସମୟରେ ଅନେକ ଦଳ ଆମକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛନ୍ତି । ରାଷ୍ଟ୍ରର ହିତ ପାଇଁ ଆମକୁ ଅନେକ ଦଳ ସମର୍ଥନ ଦେଇଛନ୍ତି । ଏହାରି ଗଣତନ୍ତ୍ରର ସୁନ୍ଦରତା ।'
ଏହା ପରେ ଅମିତ ଶାହାଙ୍କ ଏପରି ବୟାନ ରାଜ୍ୟରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି । ତେବେ ଆଜିକାଲି ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି ।












Click it and Unblock the Notifications