Get Updates
Get notified of breaking news, exclusive insights, and must-see stories!

Odisha Assembly Election 2024: ଚତୁର୍ଥ ଥର ପାଇଁ CPI (M) ରୁ ବଣାଇର ବିଧାୟକ ପ୍ରାର୍ଥୀ ହେଲେ ଲକ୍ଷ୍ମଣ ମୁଣ୍ଡା

ବିଧାନସଭା ପାଇଁ କମ୍ୟୁନିଷ୍ଟ ପାର୍ଟି ଟିକେଟ ଘୋଷଣା କରିଛି । କେବଳ ବଣାଇ ଆସନ ପାଇଁ ଦଳ ଟିକେଟ ଘୋଷଣା କରିଛି । ବଣାଇରୁ ଚତୁର୍ଥଥର ପାଇଁ ଲକ୍ଷ୍ମଣ ମୁଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବର୍ତ୍ତମାନ କମ୍ୟୁନିଷ୍ଟ ଦଳର ବିଧାୟକ ରହିଛନ୍ତି ଲକ୍ଷ୍ମଣ ମୁଣ୍ଡା ।

ଲକ୍ଷ୍ମଣ ମୁଣ୍ଡା ୨୦୦୯ରେ ଏହି ଆସନରୁ କମ୍ୟୁନିଷ୍ଟ ଦଳର ପ୍ରାର୍ଥୀ ହୋଇଥିଲେ । ହେଲେ ହାରିଯାଇଥିଲେ । କିନ୍ତୁ ୨୦୧୪ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଦୟାନିଧି କିଷାନଙ୍କୁ ହରାଇ ବିଧାୟକ ହୋଇଥିଲେ ।

ସେହିପରି ୨୦୧୯ରେ ବି ବିଜେଡିର ରଞ୍ଜିତ କିଷାନଙ୍କୁ ହରାଇ ପୁଣି ଲକ୍ଷ୍ମଣ ମୁଣ୍ଡା ବିଧାୟକ ହୋଇଥିଲେ । ୧୨,୯୩୦ ଭୋଟରେ ଜିତିଥିଲେ
। ଏବେ ପୁଣି ଦଳ ତାଙ୍କୁ ପ୍ରାର୍ଥୀ କରିଛି । ତେବେ ଦେଖିବା ବାକି ରହିଲା ଏହି ଆସନରୁ ବିଜେଡି କାହାକୁ ଟିକେଟ ଦେଉଛି । ତାଙ୍କ ବିରୋଧରେ ବିଜେପି ସେବତୀ ନାୟକଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି । ୨୦୧୪ ନିର୍ବାଚନରେ ସିପିଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜୁ ଜନତା ଦଳ ପ୍ରାର୍ଥୀ ଦୟାନିଧି କିଷାନଙ୍କଠାରୁ ୧୮୧୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।

Laxman Munda

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭୀମସେନ ଚୌଧୁରୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କଠାରୁ ୩,୩୫୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+