ଓଡ଼ିଶା ବିଧାନସଭା ନିର୍ବାଚନ: ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଆଜି ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।
ସକାଳୁ ପ୍ରଥମେ କଳାହାଣ୍ଡି ଜିଲ୍ଲା ଗସ୍ତ ପରେ ସକାଳ ୧୧ଟାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ଠାରେ ଜନସଭା ସହିତ ୧୧ଟା ୫୫ରେ ମୁରଲୀବାହଲ ଠାରେ ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ପରେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ୧୨ଟା ୫୦ ସମୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

କିଛି ସମୟ ବଲାଙ୍ଗୀର ସର୍କିଟ ହାଉସରେ ବିଶ୍ରାମ ପରେ ନବୀନ ପଟ୍ଟନାୟକ ଅପରାହ୍ନ ୪ଟାରେ ବରଗଡ଼ ଗସ୍ତରେ ଯାଇ ଜର୍ଜ ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାରେ ସାମିଲ ହେବା ସହିତ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଜନତାଙ୍କୁ ଭୋଟ ମାଗିବେ ।
ଦୁଇଟି ଯାକ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।












Click it and Unblock the Notifications