ଓଡ଼ିଶା ବିଧାନସଭା ନିର୍ବାଚନ: ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳି ପରେ କଣ୍ଟାବାଞ୍ଜି । ଏଠାରୁ ଆଜି ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କଣ୍ଟାବାଞ୍ଜିରେ ପ୍ରାର୍ଥିପତ୍ର ଦାଖଲ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ହେଉଛି ନବୀନଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର । ଏହି ଜାଗାରୁ ପ୍ରଥମ ଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ।

Odisha Assembly Election

ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ରେ ପହଞ୍ଚିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଭରିଛନ୍ତି ନବୀନ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ସୂଚନାଅନୁଯାୟୀ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମା'ତାରା ତାରିଣୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମୋଟ୍ ସ୍ଥାବର ସମ୍ପତିର ମୂଲ୍ୟ ୫୭ କୋଟି ୨ ଲକ୍ଷ ୧୮ ହଜାର ଟଙ୍କା । ସେହିପରି ଅସ୍ଥାବର ସମ୍ପତିର ପରିମାଣ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪ ଟଙ୍କା ।

ନବୀନଙ୍କ ୫୭ କୋଟିର ସ୍ଥାବର ସମ୍ପତ୍ତି: ସେହିପରି ସ୍ଥାବର ସମ୍ପତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ଭାବେ ନବୀନ ନିବାସ ଏବଂ ନୂଆଦିଲ୍ଲୀର ୩-ଏପିଜେ ଅବଦୁଲ କଲାମ୍ ରୋଡକୁ ସତ୍ୟପାଠରେ ଦର୍ଶାଯାଇଛି । ଏହାର ବର୍ତ୍ତମାନର ଆନୁମାନିକ ମୂଲ୍ୟ ଯଥାକ୍ରମେ ୧୩,୬୬,୦୦,୦୦୦ ଟଙ୍କା ଏବଂ ୪୩,୩୬,୧୮,୦୦୦ ହେବ । ଏହି ସମସ୍ତ ସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୫୭ କୋଟି ୨ ଲକ୍ଷ ୧୮ ହଜାର ଟଙ୍କା । ସରକାରଙ୍କ ପକ୍ଷରୁ ମିଳୁଥିବା ଦରମା ଏବଂ ବ୍ୟାଙ୍କରୁ ମିଳୁଥିବା ସୁଧ ହିଁ ତାଙ୍କର ମୁଖ୍ୟ ଆୟ ।

ଅସ୍ଥାବର ସମ୍ପତିର ପରିମାଣ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪

ନବୀନଙ୍କ ଆମ୍ବାସଡର କାର ନଂ OR02A-7007 ରହିଥିବା ବେଳେ ତାହାର ମୂଲ୍ୟ ୬୪୩୪ ଟଙ୍କା ହେବ । ତାଙ୍କ ପାଖରେ ୪୫.୭୭୦ ଗ୍ରାମର ଅଳଙ୍କାର ରହିଛି । ସେ ହୀରା ଓ ମାଣିକ୍ୟର ବୋତାମ ରଖିଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ୧୭ ହଜାର ୯୫ ଟଙ୍କା ହେବ ବୋଲି କୁହାଯାଇଛି । ଏହି ସମସ୍ତ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪ ଟଙ୍କା ୪୦ ପଇସା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+