ଟିକେଟ ପାଇଁ ଚାଲିଛି କସରତ; ନବୀନ ନିବାସରେ ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ

ନବୀନ ନିବାସରେ ଟିକେଟ ପାଇଁ ଚାଲିଛି କସରତ । ଆଜି ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହେବ । ଭୁବନେଶ୍ୱର, ବ୍ରହ୍ମପୁର ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରର ନେତାଙ୍କୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ଆସନ ଗୁଡ଼ିକକୁ ନେଇ ବୈଠକ ବସିଥିଲା। ଆସିକାରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ମେ୨୦ରେ ଭୋଟ ହେବାକୁ ଥିବା ବେଳେ, ଏପ୍ରିଲ ୨୬ରୁ ନାମାଙ୍କନ ହେବ । ସେହିପରି ଭୁବନେଶ୍ୱରରେ ମେ ୨୫ରେ ଭୋଟ ଥିବା ବେଳେ ଏପ୍ରିଲ ୨୯ରୁ ନାମାଙ୍କନ ହେବ।। ତା'ପୂର୍ବରୁ ପ୍ରାର୍ଥୀ ଚୟନ କସରତକୁ ଜୋରଦାର କରଛି ବିଜେଡି ।

ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଂଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସାମିଲ ହେବେ। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ବିଜେଡିରେ ଅନେକ ଅଶାୟୀ ଅଛନ୍ତି। ଏହି ସଂସଦୀୟ କ୍ଷେତ୍ରରେ ଅଧିକ ଗୋଷ୍ଠୀ କନ୍ଦଳ ମଧ୍ୟ ରହିଛି। କିପରି ଦଳ ତାକୁ ଚେକ୍ ଦେବ ସେନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ଅଲୋଚାନା କରିବେ ।

naveen patnaik

ସେହିପରି ପୂର୍ବରୁ ପୁରୀ , କେନ୍ଦ୍ରାପଡ଼ା ଜିଲ୍ଲା ୱାରୀ ସମୀକ୍ଷା କରିଛନ୍ତି ପାର୍ଟି ସୁପ୍ରିମୋ । ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ନେତା ଏବଂ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥିଲେ । ଦଳ ଆଗାମୀ ନିର୍ବାଚନରେ କିପରି ପ୍ରାର୍ଥୀ ଦେବ । କିପରି ଦଳ ବିଜୟ କରିବ । ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ସେପଟେ ୧୯ ଏପ୍ରିଲରୁ ଲୋକସଭା ନିର୍ବାଚନ ଆରମ୍ଭ ହେଉଛି । ୧୮ ତମ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମାର୍ଚ୍ଚ ୨୦ ରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ନିର୍ବାଚନମଣ୍ଡଳୀ ପାଇଁ ଗେଜେଟ୍ ନାମାଙ୍କନ ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+