ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: କାହିଁକି କଟିଲା ସମୀର ଦାଶଙ୍କ ଟିକେଟ ? କାରଣ କହିଲେ ରାଜା

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ ? କାରଣ କହିଲେ ରାଜା। ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ଏହାରି ଭିତରେ ସମୀର ଦାଶ ନିଜ ସମର୍ଥକଙ୍କୁ ଧରି ଟିକେଟ ଉପରେ ପୁନଃବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟଡ଼ାୟକଙ୍କୁ ନିବେଦନ କରିଛନ୍ତି । କାହିଁକି ସମୀରଙ୍କୁ ଟିକେଟ ମିଳିଲାନି ନିମାପଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କୁ କହିଛନ୍ତି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସେ କହିଛନ୍ତି ଯେ, ଗତ ୨୦ ତାରିଖରେ ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ନିର୍ବାଚିତ ପ୍ରତିନିଧିଙ୍କୁ ଶଙ୍ଖ ଭବନ ଡକାଯାଇଥିଲା । ସେଠାରେ ଏସମ୍ପର୍କରେ ରାଜା ସ୍ବାଇଁ ସ୍ପଷ୍ଟ କରିଛନ୍ତି ।

Odisha assembly election

ସେମାନଙ୍କୁ ଭର୍ଚୁଆଲ୍ ବାର୍ତ୍ତାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ସମୀର ଦାଶଙ୍କୁ ଦଳ ଟିକେଟ ଦେଇ ଥାଆନ୍ତା । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ମିଳିଲା ନାହିଁ । ତାଙ୍କ ନାଁରେ ଆସିଥିବା ଅଭିଯୋଗ ଟିକେଟ ମିଳିବା ପରେ ସାମନାକୁ ଆସିଥିଲେ, ଦଳର ସମ୍ମାନହାନୀ ହୋଇ ଥାଆନ୍ତା । ଏବେ ଦିଲ୍ଲୀପଙ୍କୁ ସହଯୋଗ କରିବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ଥିବା କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ତାଙ୍କ ଭିଡିଓବାର୍ତ୍ତା ଉପରେ ସମୀର ଦାଶଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ସେଦିନ ଶଙ୍ଖ ଭବନ ବୈଠକରେ ଉପସ୍ଥିତ ଥିଲେ ସମୀରଙ୍କ ସମର୍ଥକ ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ, କିଛି ସରପଞ୍ଚ ଓ ସମିତିସଭ୍ୟ । ସେହିପରି ଟିକେଟ କଟିବା ପରେ ନିମାପଡାରେ ପାୱାର ସୋ କରିଥିଲେ ସମୀର । ସୂଚନା ଅନୁସାରେ ଏପ୍ରିଲ୍‌ ୧୭ରେ ବିଜେଡି ଘୋଷଣା କରିଥିଲା ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+