ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ଜଟଣୀ ଏଥର କାହାର ? ବିଭୁତି vs ସନ୍ତୋଷ vs ଲୁଲୁ
ଜଟଣୀ ଏଥର କାହାର ? କଂଗ୍ରେସର ରହିବ ଜଟଣୀ, ନା ଆଉ ପୁଣି ବିଜେଡ଼ି ହାତକୁ ଯିବ । ୨୦୧୯ରେ ବିଜେଡିଠାରୁ ସିଟ୍ ଚଢ଼ାଇ ଆଣିଥିଲେ କଂଗ୍ରେସ ଭେଟେରାନ ସୁର ରାଉତରାୟ। ସମୟ ବଦଳିବା ସହ ବଦଳୁଛି ରାଜନୀତି ପାଣିପାଗ। ତେଣୁ ଆସନ୍ତା ନିର୍ବାଚନରେ କାହାର ପଲ୍ଲା ଭାରି ରହିବ, ଆଉ କିଏ ଜିତିବ ଜଟଣୀ ଜନତାଙ୍କ ହୃଦୟ, ତାକୁ ନେଇ ଚର୍ଚ୍ଚା ଜୋର ଧରୁଛି।
ଜଟଣୀ ବିଧାନସଭା ଆସନକୁ କେବେ ବିଜେଡି ତ କେବେ କଂଗ୍ରେସ ନିଜ ଅକ୍ତିଆରରେ ରଖି ଆସିଛନ୍ତି । ବିଜେପି ଏହି ଆସନରେ କେବେ ଜିତି ନାହିଁ । ୨୦୧୯ ନିର୍ବାଚନରେ ବିଜେପି ଏହି ଆସନରେ ତୃତୀୟ ସ୍ଥାନରେ ରହିଥିଲା । ତେବେ ଚଳିତ ଥର ଦଳ ଭଲ କରିବ ବୋଲି ଆଶା ।
୨୦୨୪ ନିର୍ବାଚନ ଲାଗି ବିଜେଡି ବିଭୂତି ଭୁଷଣ ବଳବନ୍ତରାୟଙ୍କୁ ରିପିଟ କରିଛି । ସେହିପରି ବିଜେପି ବିଶ୍ୱରଂଜନ ବଡ଼ଜେନାଙ୍କୁ ରିପିଟ୍ କରିଥିବା ବେଳେ ସୁର ଲଢୁନଥିବାରୁ କଂଗ୍ରେସ ନୂଆ ଚେହେରା ସନ୍ତୋଷ ଜେନାଙ୍କୁ ମୈଦାନକୁ ଓହ୍ଲାଇଛି ।

ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଉତରାୟ ୬୮,୮୪୧ ଖଣ୍ଡ ଭୋଟ ପାଇ ୭ ହଜାର ୫୨୨ ଭୋଟରେ ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ୬୧ ହଜାର ୩୧୯ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଆଉ ବିଜେପି ପ୍ରାର୍ଥୀ ବିଶ୍ୱରଂଜନ ବଡ଼ଜେନା ମାତ୍ର ୨୬,୨୫୬ ଖଣ୍ଡ ଭୋଟ ପାଇଥିଲେ ।
କଂଗ୍ରେସ ପାର୍ଟି ପୁଣି ଥରେ ବିଜୟ ନେଇ ଆଶା ବାନ୍ଧି ଥିବା ବେଳେ, କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଇଛି ବିଜେଡି। ସେପଟେ ବିଜେପି ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି।
ଆସନ୍ତା ନିର୍ବାଚନ ପାଇଁ ସବୁଠୁ ଚର୍ଚ୍ଚା ରେ ଅଛନ୍ତି ସନ୍ତୋଷ ଜେନା। ସେ ପୂର୍ବରୁ ବିଜେପିରେ ଥିବା ବେଳେ ପରେ ବିଜେଡ଼ି ଆଉ ଏବେ କଂଗ୍ରେସ।
ଜଟଣୀ ବିଧାନସଭା ନିର୍ବାଚନ ୨୦୧୯
୨୦୧୯ରେ ୭,୫୨୨ ଭୋଟରେ ସୁରେଶ ରାଉତରାୟ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ସୁରେଶ ରାଉତରାୟଙ୍କୁ ୬୮, ୮୪୧ ଭୋଟ୍ ପାଇଥିଲେ। ବିଜେଡି ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟଙ୍କୁ ୬୧,୩୧୯ ଭୋଟ୍ ମିଳିଥିଲା। ବିଜେପି ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ ୨୬,୨୫୬ ଭୋଟ୍ ମିଳିଥିଲା।












Click it and Unblock the Notifications