Odisha Assembly Election 2024: ନବୀନଙ୍କ ବିରୋଧରେ କିଏ ହେଲେ ବିଜେପିରୁ ପ୍ରାର୍ଥୀ ?
୨୦୨୪ ନିର୍ବାଚନ ପାଇଁ ବିଜେପି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେପିର ପ୍ରାର୍ଥୀ ତାଲିକା । ୧୧୨ ଆସନରେ ପ୍ରାର୍ଥୀ ଦେଇଛି ବିଜେପି ।
ଏହାରି ଭିତରେ ହିଞ୍ଜିଳି ଆସନକୁ ନେଇ ଚର୍ଚ୍ଚା ହେଉଛି । କାରଣ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପାଇଁ ପ୍ରାର୍ଥୀ ହୋଇଥିଲା ବେଳେ ବିଜେପି ସେଠୁ କାହାକୁ ପ୍ରାର୍ଥୀ କରିଛି ତାକୁ ନେଇ ଚର୍ଚ୍ଚା ହେଉଛି ।
ହିଞ୍ଜିଳିରୁ ଶିଶିର ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ହିଞ୍ଜିଳି ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗଡ। ହିଞ୍ଜିଳି ଆସନକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ତେବେ ବିଜେପି ଏଠାରେ ଶିଶିର ମିଶ୍ରଙ୍କ ଉପରେ ଭରସା କରିଛି।

ଗତ ବିଧାନସଭା ନିର୍ବାଚନରେ ପିତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ହେଲେ ନବୀନ ପଟ୍ଟନାୟକଙ୍କ ବିରୋଧରେ ପିତାମ୍ବର ଆଚାର୍ଯ୍ୟ ବହୁ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ତେଣୁ ଦଳ ସେଠୁ ପିତାମ୍ବର ଆଚାର୍ଯ୍ୟଙ୍କ ବଦଳରେ ଶିଶିର ମିଶ୍ରଙ୍କୁ ଭରସା କରିଛି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ପାଇଛନ୍ତି ଟିକେଟ୍ । ସେହିପରି ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର । ତଳସରା ରୁ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼ ରୁ କୁସୁମ ଟେଟେ, ବୀରମିତ୍ରପୁର ରେ ଶଙ୍କର ଓରାମ, ରଘୁନାଥପାଲୀ ରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇ ରେ ସେବତୀ ନାଏକ ପାଇଛନ୍ତି ଟିକେଟ୍ ।
ସେହିପରି କୁଚିଣ୍ଡା ଆସନରୁ ରବି ନାରାୟଣ ନାଏକ ଟିକେଟ୍ ପାଇଛନ୍ତି । ଏହାସହ ରେଙ୍ଗାଲିରୁ ନାଉରୀ ନାଏକ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ ରୁ ସୁବାସ ପାଣିଗ୍ରାହୀ, ଆନନ୍ଦପୁରରୁ ଆଲୋକ ସେଠୀ, କେନ୍ଦୁଝରରୁ ମୋହନ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ ଓ ଉଦଳାରୁ ଭାସ୍କର ମଢ଼େଇ ଟିକେଟ୍ ପାଇଛନ୍ତି । ସେହିପରି ଭଟଲୀରୁ ଇରଶିଷ ଆଚାର୍ଯ୍ୟ, ପଦ୍ମପୁର ରୁ ଗୋବର୍ଦ୍ଧନ ଭୋଇ, ଦିଗପହଣ୍ଡିରୁ ସିଦ୍ଧାନ୍ତ ମିହାପାତ୍ର ଓ ବ୍ରଜରାଜନଗରରେ ସୁରେଶ ପୂଜାରୀ ଟିକେଟ୍ ପାଇଛନ୍ତି ।












Click it and Unblock the Notifications