କଣ ହେବ ଆନନ୍ଦପୁର ଭାଗ୍ୟ, ଅଙ୍କ ବିଗାଡ଼ି ଦେବେ ବିଜେଡ଼ିର ବିଦ୍ରୋହୀ ପ୍ରାର୍ଥୀ

ବିଧାନସଭା ନିର୍ବାଚନ 2024: ଖରା ତାତି ସାଙ୍ଗକୁ ବଢୁଛି ରାଜନୀତି ତାତି । ଏହା ସହ ବେଶ୍ ସରଗରମ ରହିଛି ନିର୍ବାଚନୀ ମାହୋଲ୍ । ଟିକେଟ୍ ଘୋଣଷା ହେବା ସହ ବିଭିନ୍ନ ଦଳରେ ଦେଖିବାକୁ ମିଳୁଛି ବିଦ୍ରୋହ । ଟିକେଟ୍ ପାଇନଥିବା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଆସନ୍ତୋଷ ।

ଏହାରି ଭିତରେ ଆମେ ଆଜି ଉପସ୍ଥାପନା କରିବୁ ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ମାହୋଲ ଉପରେ । 15 ବର୍ଷ ଧରି ରାଜ କରୁଥିବା ବିଜେଡ଼ି ଏଥର ଗଡ଼ ବଞ୍ଚାଇବାରେ ସମର୍ଥ ହେବ ତ ? ବିଜେଡ଼ିର ବିଦ୍ରୋହୀ ଦଳର ଖେଳ ବିଗାଡ଼ିବେ ନା ବାଜି ମାରିନେବେ ବିରୋଧୀ କଂଗ୍ରେସ ଓ ବିଜେପି ।

ପୂର୍ବରୁ ଆନନ୍ଦପୁର ପାଇଁ ବିଜେପି ଆଲୋକ ସେଠୀ ଓ କଂଗ୍ରେସ ଏହାର ଭେଟେରାନ୍ ନେତା ଜୟଦେବ ଜେନାଙ୍କୁ ପ୍ରାର୍ଥୀ କରିସାରିଛି । ଏହାରି ଭିତରେ ବିଜେଡ଼ି ଏଥର ନୂଆ ଚେହେରା ଅଭିମନ୍ୟୁ ସେଠୀଙ୍କୁ ମୈଦାନକୁ ଓହ୍ଲାଇଛି । ବର୍ତ୍ତମାନର ବିଧାୟକ ଭାଗିରଥିଙ୍କ ଉପରେ ଦଳ ନିରାଶ ହୋଇ ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି । ନବାଗତ ପ୍ରାର୍ଥୀଙ୍କ ଚୟନ କରି ନିର୍ବାଚନମଣ୍ଡଳୀରେ ବୃଦ୍ଧି ପାଇଆସୁଥିବା ବିଜେଡିର ଗୋଷ୍ଠୀ କନ୍ଦଳ ଏକ ପ୍ରକାର ଭଟ୍ଟା ପଡିଛି ବୋଲି କୁହାଯାଉଛି ।

Odisha assembly elections

ଅଭିମନ୍ୟୁ ବିଜେଡିର ଜଣେ ଆଗଧାଡିର କର୍ମୀ ଓ ସଂଗଠକ ଭାବେ ବେଶ ଚର୍ଚ୍ଚାରେ ରହିଆସିଥିବାବେଳେ ତାଙ୍କ ନେତୃତ୍ୱରେ ତାଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ ହାଟଡିହୀ ବ୍ଲକ ଅଧ୍ୟକ୍ଷା ଭାବେ ବର୍ତ୍ତମାନ ଦାୟିତ୍ୱରେ ରହିଛନ୍ତି । ତେବେ ବିଜେପି ଓ କଂଗ୍ରେସର ପୁରୁଣା ନେତାଙ୍କୁ ବିଜେଡ଼ିର ନୂଆ ଚେହେରା କେତେ ଦୂର ସାମ୍ନା କରିପରିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଏହଥି ମଧ୍ୟରେ ବିଜେଡ଼ିର ଟିକେଟ୍ ଘୋଷଣା ହେବା ପରେ ଦଳରେ ଦେଖିବାକୁ ମିଳିଛି ଅନ୍ତଃକନ୍ଦଳ । ଟିକେଟ୍ ଆଶାୟୀ ଯୁବ ନେତା ବିଶ୍ୱପ୍ରତାର ଜେନାଙ୍କ ସମର୍ଥକ ଏହାକୁ ବିରୋଧ କରିବା ସହ ଜନସମାବେଶ କରି ଏହାର ପୁନଃ ବିଚାର କରିବାକୁ ଦଳକୁ ଆହ୍ୱାନ କରିଛନ୍ତି । ଏପରିକି ଦଳ ଯଦି ବିଚାରକୁ ନ ନିଏ ତେବେ, ବିଶ୍ୱପ୍ରତାପ ସ୍ୱାଧୀନ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ କହିଛନ୍ତି । ଯଦି ସେ ସ୍ୱାଧୀନ ପ୍ରାର୍ଥୀ ହୁଅନ୍ତି, ତେବେ ଅସନ୍ତୁଷ୍ଟ ବିଜେଡ଼ିର ଭୋଟ୍ ପାଇବାରେ ଅଭିମନ୍ୟୁ କେତେ ଦୂର ସମର୍ଥ ହେବେ ତାକୁ ନେଇ ଲାଗିରହିଛି ଚର୍ଚ୍ଚା ।

ଅପରପକ୍ଷରେ ଦୁଇ ଥର ବିଧାୟକ ରହିଥିବା ଭାଗିରଥୀଙ୍କ ମଧ୍ୟ ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । 2014 ରେ ବିଜେଡ଼ି ଟିକେଟ୍ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ଭାଗିରଥୀ । କିନ୍ତୁ ପୁଣି 2019 ରେ ବିଜେପି ଟିକେଟ୍ ପାଇଥିବା ସତ୍ତ୍ୱେ ସେ ବିଜେଡିକୁ ଆସି ଟିକେଟ୍ ନେଇଥିଲେ । କିନ୍ତୁ ଏଥର ଦଳ ତାଙ୍କ ଉପରେ ଦଳ ମଧ୍ୟ ତାଙ୍କ ଉପରେ ଭରସା କରିନି । ସେ ବିଜେଡିକୁ ସମର୍ଥନ ଦେବେ ନା, ବିଦ୍ରୋହୀ ହୋଇ ବାହାରିବେ ତା ଉପରେ ବି ରହିଛି ସମସ୍ତଙ୍କ ନଜର । ତାଙ୍କ ଭୋଟ୍ କାହା ପକ୍ଷରେ ଯିବ ତାକୁ ନେଇ ଅଙ୍କ କଷୁଛନ୍ତି ରାଜନୈତିକ ବିଶେଷଜ୍ଞ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+