Odisha Assembly Election: ସମ୍ବଲପୁରରୁ ଠିଆ ହେବେ ରୋହିତ, ପ୍ରସନ୍ନ ଆଚାର୍ଯ୍ୟ ଆସିଲେ ରେଢ଼ାଖୋଲ
ବିଜେଡ଼ି ଆଉ ଏକ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସନ୍ତୁଷ୍ଟ ପାଇଁ ବିଜେଡି ଉଦ୍ୟମ କରିଛି । ରେଢ଼ାଖୋଲ ଏବଂ ସମ୍ବଲପୁର ପ୍ରାର୍ଥୀ ଅଦଳବଦଳ କରାଯାଇଛି । ପ୍ରସନ୍ନଙ୍କୁ ବିଜେଡି ରେଢ଼ାଖୋଲରୁ ପ୍ରାର୍ଥୀ କରିଥିବା ବେଳେ ସମ୍ବଲପୁରରୁ ପ୍ରାର୍ଥୀ ହେଲେ ରୋହିତ ପୂଜାରୀ ।
ପୂର୍ବରୁ ରୋହିତ ରେଢ଼ାଖୋଲରୁ ପ୍ରାର୍ଥୀ ହୋଇଥିବା ବେଳେ ପ୍ରଶନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ । ହେଲେ ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିଲେ। ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି ।
ତେବେ ନବୀନ ପୁଣି ପଶ୍ଚିମ ଓଡ଼ିଶା କାର୍ଡ ଖେଳିଛନ୍ତି । କଣ୍ଟାବାଞ୍ଜି ବିଧାନସଭା ଆସନରୁ ବି ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପକ୍ଷରୁ ଏହି ଘୋଷଣା ହୋଇଛି । ଅର୍ଥାତ୍ ନବୀନ ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜି, ଦୁଇଟି ଆସନରୁ ଲଢ଼ିବାକୁ ସ୍ଥିର କରିଛନ୍ତି ।

ସେହିପରି ୩ ବିଧାୟକଙ୍କ ଟିକେଟ କା ବିଜେଡ଼ି । ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ଟିକେଟ ଦେଲାନି ବିଜେଡି । ନିମାପଡ଼ାରେ ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ । ସମୀର ଦାସଙ୍କ ଜାଗାରେ ଦିଲୀପ ନାୟକ ପ୍ରାର୍ଥୀ ହୋଇଛନ୍ତି । କୁଚିଣ୍ଡାରେ କିଶୋର ନାୟକଙ୍କୁ ବି ଟିକେଟ ଦେଲାନି ବିଜେଡି। କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ଟିକେଟ।
ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ ବି କଟିଲା । ବାକାଙ୍କ ଜାଗାରେ ଲକ୍ଷ୍ମୀପ୍ରିୟା ନାୟକ ହେଲେ ବିଜେଡି ପ୍ରାର୍ଥୀ ।












Click it and Unblock the Notifications