ନବୀନ ନିବାସରେ କୋରାପୁଟ ସମୀକ୍ଷା; ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା

ନବୀନ ନିବାସରେ କୋରାପୁଟ ସମୀକ୍ଷା । ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ରର ସମୀକ୍ଷା ନେଇ ଆଲୋଚନା ଚାଲିଛି । ନିର୍ବାଚନୀ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ ଚାଲିଛି । ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପିତମ ପାଢ଼ୀ, ଭାସ୍କର ରାଓ, ଦିବ୍ୟଶଙ୍କର ମିଶ୍ର ଓ ରବି ନନ୍ଦ ଉପସ୍ଥିତ ଅଛନ୍ତି ।

ସେହିପରି ପୂର୍ବରୁ ପୁରୀ , କେନ୍ଦ୍ରାପଡ଼ା ଜିଲ୍ଲା ୱାରୀ ସମୀକ୍ଷା କରିଛନ୍ତି ପାର୍ଟି ସୁପ୍ରିମୋ । ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ନେତା ଏବଂ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥିଲେ । ଦଳ ଆଗାମୀ ନିର୍ବାଚନରେ କିପରି ପ୍ରାର୍ଥୀ ଦେବ । କିପରି ଦଳ ବିଜୟ କରିବ । ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଦଳ ପକ୍ଷରୁ ଗତ କିଛି ଦିନ ଧରି ଜିଲ୍ଲା ୱାରୀ ଚାଲିଛି ଆଲୋଚନା । ଏହିକ୍ରମରେ ବୁଧବାର ଦିନ ନବୀନ ନିବାସରେ ଚାଲିଛି କୋରାପୁଟ ସମୀକ୍ଷା ।

Naveen Patnaik

ସେପଟେ ୧୯ ଏପ୍ରିଲରୁ ଲୋକସଭା ନିର୍ବାଚନ ଆରମ୍ଭ ହେଉଛି । ୧୮ ତମ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଜି ମାର୍ଚ୍ଚ ୨୦ ରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ନିର୍ବାଚନମଣ୍ଡଳୀ ପାଇଁ ଗେଜେଟ୍ ନାମାଙ୍କନ ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+