ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ବିଜେପିରୁ ଇସ୍ତଫା ଦେଲେ ରମାରଞ୍ଜନ ବଳିୟାରସିଂହ

ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ । ସତ୍ୟବାଦୀ ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ରମା ବଳିୟାରସିଂହ ବିଜେପିରୁ ଇସ୍ତଫା ଦେଇଛନ୍ତି । ବିଜେପି ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଲେ ରମା।

Rama Ranjan Baliarsingh

ସେ ନିଜ ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ଟିକେଟ ନ ମିଳିବା ହେତୁ ସେ ଅସନ୍ତୁଷ୍ଟ ଥିଲେ । ତାଙ୍କ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନ ଥିଲା । ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଲୋକଙ୍କୁ ଅଣଦେଖା କରିଛି । ଏହା ମୋର ବ୍ୟକ୍ତିଗତ ଅଭିଯାଗ ନୁହେଁ ସମସ୍ତ ଜନସାଧାରଣଙ୍କ ଅସନ୍ତୋଷ। କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ମୋ ଅଭିଯୋଗକୁ ଅଣଦେଖା କରିଥିବା ରମାରଞ୍ଜନ କହିଛନ୍ତି ।

ବର୍ଷବର୍ଷ ଧରି ଦଳ ମୋ ଉପରେ ନ୍ୟସ୍ତ କରିଥିବା ସମସ୍ତ କାର୍ଯ୍ୟକୁ ଭଲ ଭାବେ ସମ୍ପାଦନ କରିବା ସତ୍ତ୍ବେ କ୍ରମାଗତ ଭାବେ ବିଧାନସଭା ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଜନସାଧାରଣ ଓ ମୋତେ ପ୍ରତାରିତ କରାଯାଇଥିବା କାରଣରୁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+