ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅଙ୍କୁ ଟିକେଟ; କଟିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଟିକେଟ
ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅଙ୍କୁ ଟିକେଟ ମିଳିଛି । ବିବାଦରେ ଥିବାରୁ ତାଙ୍କ ଟିକେଟ କରିଥିବା କୁହାଯାଉଛି । ତେବେ ଦଳ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି । ମାହାଙ୍ଗାରୁ ଏଥର ନୂଆ ମୁହଁ ଦେଇଛି ଦଳ ।
ମାହାଙ୍ଗା ଡବଲ ମର୍ଡରରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ବାରମ୍ବାର ଅଭିଯୋଗ କରିଥିଲା ବିଜେପି । ଯେଉଁଥିପାଇଁ ସେ ବିବାଦରେ ରହିଥିଲେ । ତେଣୁ ଦଳ ତାଙ୍କ ପୁଅକୁ ଟିକେଟ ଦେଇଛି ।

ସେହିପରି ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କ ଟିକେଟ କଟିଛି । ବିଜୟ ଶଙ୍କର ଦାସଙ୍କ ତାଙ୍କ ବାନ୍ଧବୀଙ୍କ ସହ ବିବାଦ ମହଙ୍ଗା ପଡିଛି । ବିବାଦରେ ଚାଲିଆସିଥିବା ଏହି ନେତାଙ୍କୁ ବିଜେଡି ଭରସା କରିନି । ତେଣୁ ଦଳ ରମାକାନ୍ତ ଭୋଇଙ୍କୁ ଟିକେଟ ଦେଇଛି ।
ରମାକାନ୍ତ ଭୋଇ ୨୦୨୦ରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ସେ ୨୦୧୪ ଓ ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ହେଲେ ବିଜେଡିରୁ ଟିକେଟ ପାଇବା ପରେ ଦଳ ତାଙ୍କୁ ଭରସା କରିଛି ।
ରାଜ୍ୟର ୩ ପ୍ରମୁଖ ରାଜନୈତିକଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ୨୧ ଆସନ ବିଶିଷ୍ଠ ଓଡିଶା ପାଇଁ ବିଜେପି ୨୧ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଆଜିକୁ ମିଶାଇ ବିଜେଡି ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେହିଭଳି ଏପ୍ରିଲ ୨ ତାରିଖରେ କଂଗ୍ରେସ ତରଫରୁ ୮ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହିସବୁ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି ।












Click it and Unblock the Notifications