ଓଡ଼ିଶା ବିଧାନସଭା ନିର୍ବାଚନ: ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ୍

ମେ ୧୩ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ୪ ଟି ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ଏହା ପୂର୍ବରୁ ପୋଷ୍ଟାଲ ବାଲାଟ ଯୋଗେ ଭୋଟ ଦେଇଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ।

ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁସାରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ଓ ୮୦ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଏବେ ଘରେ ରହି ନିଜର ମତଦାନ ସାବ୍ୟସ୍ତ କରିପାରିଛନ୍ତି ଏହି ବ୍ୟକ୍ତିମାନେ ।

ନିର୍ବାଚନ ଅଧିକାରୀମାନେ ଘରଘର ବୁଲି ସେମାନଙ୍କୁ ଭୋଟ ଦେବାରେ ସହଯୋଗ କରିଛନ୍ତି । ଏଭଳି ସୁବିଧା କରାଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ।

Odisha Assembly Election

ସେହିପରି ନିର୍ବାଚନ ଦାୟିତ୍ୱରେ ରହିଥିବା ସରକାରୀ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହୁଥିବା କାରଣରୁ ସେମାନଙ୍କ ପାଇଁ ପୂର୍ବରୁ ମତଦାନ ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଆୟୋଗ। ତେଣୁ ଏଥିପାଇଁ ମେ ୨ରୁ ୬ ତାରିଖ ପର୍ଯ୍ୟନ୍ତ ୪ ଦିନ ମତଦାନର ବ୍ୟବସ୍ଥା କରାଯାଇଥିଲା।

ରାୟଗଡ଼ା ସଦର ମହକୁମାସ୍ଥିତ ମହିଳା ମହାବିଦ୍ୟାଳୟରେ ପୃଥକ୍‌ ଭାବେ ୩ଟି ମତଦାନ କେନ୍ଦ୍ରରେ ୩ ନିର୍ବାଚନମଣ୍ଡଳୀ ବିଷମକଟକ, ଗୁଣପୁର ଓ ରାୟଗଡ଼ାର ୩୫୨୨ ଜଣ ସରକାରୀ କର୍ମଚାରୀ ପୋଷ୍ଟାଲ ବାଲଟ ମାଧ୍ୟମରେ ମତଦାନ କରିଛନ୍ତି ।

ବିଷମକଟକର ୮୦୫, ଗୁଣପୁରର ୧୩୫୦ଜଣ ଓ ରାୟଗଡ଼ାର ୧୩୬୭ଜଣ ନିଜର ମତଦାନ ସାବ୍ୟସ୍ତ କରିଥିବା ଜଣାପଡିଛି । ସେହିଭଳି ୩ ନିର୍ବାଚନମଣ୍ଡଳୀର ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ପୋଷ୍ଟାଲ ବାଲଟ ମାଧ୍ୟମରେ ମତଦାନ ବ୍ୟବସ୍ଥା କରାଯାଇଛି । ସୋମବାର ଓ ମଙ୍ଗଳବାର ଦିନ ସେମାନେ ମତଦାନ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+