କଣ୍ଟାବାଞ୍ଜି ଆସନ ପାଇଁ ଚାଲିଛି ବିଜେଡିର ଅଙ୍କକଷା; ପଶ୍ଚିମ ଓଡ଼ିଶାରୁ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପଶ୍ଚିମ ଓଡ଼ିଶାରୁ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜି ଆସନ ପାଇଁ ଚାଲିଛି ବିଜେଡିର ଅଙ୍କକଷା । ଏପର୍ଯ୍ୟନ୍ତ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି । ତେବେ ଏ ନେ଼ଇ କିଛି ସ୍ପଷ୍ଟତା ଆସିନାହିଁ ।
ଦଳୀୟ କାର୍ଯ୍ୟକ୍ରମ ହେଉ କି ସରକାରୀ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ପ୍ରାଥମିକତା ଦେଉଛି ବିଜେଡି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅନୁଦାନ ବୃଦ୍ଧି, ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ଅଧିକ ଜିଲ୍ଲା ସାମିଲ, ଚାଷୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ବିଭିନ୍ନ ବର୍ଗକୁ ସ୍ଵତନ୍ତ୍ର ଅନୁଦାନ, ପଦ୍ମପୁର ଜିଲ୍ଲା ମାନ୍ୟତାକୁ ଗ୍ରୀନ ସିଗ୍ନାଲ, ବୃହତ ଜଳସେଚନ ପ୍ରକଳ୍ପ, କଳାହାଣ୍ଡି ମେଡ଼ିକାଲ କଲେଜ, ସିଏମଓ ଜିଲ୍ଲା ଗସ୍ତ ବେଳେ ସମସ୍ୟାର ତ୍ୱରିତ ପଦକ୍ଷେପ ଭଳି ଅନେକ ନଜିର ରହିଛି ।
ରାଜନୀତିକ ସମୀକ୍ଷକଙ୍କ ମତରେ ୨୦୧୯ ରେ ବିଜେପି ୫ରୁ ୫ ଲୋକସଭା ପୋଛି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ଵ ଯୋଗୁଁ ୨୫ଟି ବିଧାନସଭା କ୍ଷେତ୍ରରେ ବାଜି ମାରିନେଇଥିଲା ବିଜେଡି। ଆଉ ଚଳିତ ନିର୍ବାଚନରେ ବି ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କୁ ମଇଦାନକୁ ଓହ୍ଲାଇଛନ୍ତି ।

ସମ୍ବଲପୁରରେ ଚାଲିଛି ହାଇଭୋଲଟେଜ ଲଢେ଼ଇ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ମଇଦାନରେ ମୁହାଁମୁହିଁ ହୋଇଛନ୍ତି । ଅନ୍ୟ ଦଳରୁ ବଡ଼ ବଡ଼ ନେତାଙ୍କୁ ଆଣିବା ପାଇଁ ଉଭୟ ଦଳ ମଧ୍ୟରେ କସରତ ଚାଲିଛି ।
ନୀତେଶଙ୍କ ପତ୍ନୀ ଅରୁନ୍ଧତୀ ଶଙ୍ଖ ଫୁଙ୍କିଛନ୍ତି । ଗତ କିଛିବର୍ଷ ଧରି ସେ ଦେବଗଡ଼ ରାଜନୀତିରେ ବେଶ ସକ୍ରିୟ ଥିଲେ । । ନୀତେଶଙ୍କୁ ଦଳ ଟିକେଟ ଦେଇ ନଥିବା ବେଳେ, ମତିଗତି କ'ଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ସେ ଯାହା ହେଉନା କାହିଁକି ରାଜ ପରିବାରର ଦେବଗଡ଼ରେ ପକେଟ ଭୋଟ ଥିବାରୁ ଏଥିରୁ ବିଜେଡ଼ି ଫାଇଦା ନେବା ଏକ ପ୍ରକାରର ନିଶ୍ଚିତ ।
ସମ୍ବଲପୁର ଓ ରେଢ଼ାଖୋଲ ବିଜେଡି ପ୍ରାର୍ଥୀ ଅଦଳବଦଳ ହେବା ସମ୍ଭାବନା । ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିବା ସୂଚନା ।












Click it and Unblock the Notifications