ଓଡ଼ିଶା ବିଧାନସଭା ନିର୍ବାଚନ: ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ ମୋଦି, ମାଗିବେ ଭୋଟ୍

Odisha Assembly election 2024/ Lok Sabha Election 2024: ଦକ୍ଷିଣ ଓଡ଼ିଶାରେ ଆଜି ବିଜେପିର ପାୱାର ସୋ । ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁରରେ ଦଳୀୟ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେଠାରେ ପ୍ରଚାର କରିବେ ।

ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ଭିତରେ ସିଧା ରାଜଭବନକୁ ଯାଇଥିଲେ । ଆଉ ସେଠାରେ ରାତ୍ରି ଯାପନ କରିଥିଲେ ପ୍ରଧାନମନ୍ତ୍ରୀ। ବିମାନ ବନ୍ଦର ଭିତରେ ଓ ବାହାରେ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ବିଜେପି ନେତା ଓ କର୍ମୀ ।

ପ୍ରଥମେ ବ୍ରହ୍ମପୁର ଯାଇ କନିସି ଛକରେ ଜନସଭା ସହ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ନବରଙ୍ଗପୁର ଚିକିଲିଗାଁ ପଡ଼ିଆରେ ମୋଦୀ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦିଙ୍କ ଗସ୍ତ ପାଇଁ ୩ SPG ସହ ୩୦ ପ୍ଲାଟୁନ୍ ଫୋର୍ସ, ବମ୍ ସ୍କ୍ୱାଡ୍, ସନ୍ଧାନୀ କୁକୁର ମୁତୟନ ରହିବେ ।

Odisha Assembly election

ଆସନ୍ତା ୧୦ରେ ପୁଣି ଆସିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋରେ ଯୋଗଦେବେ ।
ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଉତ୍ତର ଓ ମଧ୍ୟ ଭୁବନେଶ୍ୱର କ୍ଷେତ୍ରରେ ହେବ ପ୍ରଧାନମନ୍ତ୍ରୀଙ୍କ ରାଲି । ଏହାସହ ୧୧ ତାରିଖରେ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି। ମୋଦିଙ୍କ ଗସ୍ତ ପାଇଁ ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । CISF ଆଉ ପୋଲିସ ମୁତୟନ ହୋଇଛନ୍ତି ।

ରବିବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମୋଦୀ ହାତରେ ପଦ୍ମ ଫୁଲ ଦେଖାଇ ଅଭିବାଦନ ଜଣାଇଥିଲେ । ଏହାପରେ ସ୍ୱତନ୍ତ୍ର କାରକେଡରେ ରାଜଭବନ ଯାଇଥିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+