Odisha Assembly Election: ବିଜେପିରେ ମିଶିବେ କି ପ୍ରସନ୍ନ ପାଟ୍ଟଶାଣୀ ? ଦିଲ୍ଲୀ ଗସ୍ତ ପରେ ଚର୍ଚ୍ଚା ଜୋର

ବିଜେପିରେ ମିଶିବେ କି ପ୍ରସନ୍ନ ପାଟ୍ଟଶାଣୀ ? ବିଜେପିରେ ସାମିଲ ହୋଇପାରନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ଏ ନେଇ ଚର୍ଚ୍ଚା ଜୋର୍ ଧରିଛି । ତାଙ୍କର ଦିଲ୍ଲୀ ଗସ୍ତ ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି ।

ପ୍ରସନ୍ନ ପାଟ୍ଟଶାଣୀ ଆଜି ନୂଆଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । ତେବେ ଏହି ଗସ୍ତ ପରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଦୀର୍ଘ ଦିନର ସମ୍ପର୍କ ତୁଟାଇ ଏବେ ଦଳ ଛାଡ଼ିପାରନ୍ତି ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ।

Odisha Assembly Election 2024 Prasanna Kumar Patasani

ପ୍ରସନ୍ନ ପାଟ୍ଟଶାଣୀ ୫ଥର ସାଂସଦ ଭାବେ ନିର୍ବାଚନ ଜିତିସାରିଛନ୍ତି । ୧୯୯୮ରୁ ୨୦୧୯ ଯାଏଁ ସେ ଭୁବନେଶ୍ୱରର ସାଂସଦ ଭାବେ ବିଜୟୀ ହୋଇଥିଲେ । ହେଲେ ୫ ଥର ବିଜୟୀ ହେବା ପରେ ବି ୨୦୧୯ରେ ଦଳ ତାଙ୍କ ଉପରେ ଭରସା ନକରି ଅରୂପ ପଟ୍ଟନାୟକଙ୍କୁ ଭରସା କରି ତାଙ୍କୁ ଟିକେଟ୍ ଦେଇଥିଲା । ଆଉ ଗଡ ହାରିଥିଲା ବିଜେଡ଼ି । ଟିକେଟ୍ ନଦେଇ ଦଳ ତାଙ୍କ ଉପରେ ଭରସା କରିନଥିବାରୁ ଅସନ୍ତୁଷ୍ଟ ସେ ବିଜେଡି ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ତୁଟାଇ ପାରନ୍ତି ବୋଲି ଆଲୋଚନା ହେଉଛି ।

ବିଜେଡିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ତେବେ ତାଙ୍କୁ ଦଳ ପକ୍ଷରୁ ରାଜ୍ୟସଭା ପଠାଇବା ପାଇଁ ଦଳ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଦଳ ଏହି ପ୍ରତିଶ୍ରୁତି ନ ରଖିବା ପରେ ବିଜେଡି ଉପରେ ପାଟ୍ଟଶାଣୀଙ୍କ ଅସନ୍ତୋଷ ଭାବ ଦେଖାଯାଇଛି । ଏହାପରେ ୨୦୨୪ରେ ମଧ୍ୟ ତାଙ୍କୁ କୌଣସି ଟିକେଟ ଦେଇନାହିଁ ବିଜେଡି, ଯାହାକୁ ନେଇ ସେ ଅସନ୍ତୁଷ୍ଟ ରହିଛନ୍ତି ।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଗତ ବର୍ଷ ବିଜେଡିରୁ ନିଲମ୍ବିତ ହୋଇଥିଲେ ସୌମ୍ୟରଞ୍ଜନ । ଏବେ ସୌମ୍ୟରଞ୍ଜନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏ ସମ୍ପର୍କରେ ସୌମ୍ୟରଞ୍ଜନ କିମ୍ବା ବିଜେପି ପକ୍ଷରୁ ଏଯାଏଁ ସ୍ପଷ୍ଟ କରାଯାଇନାହିଁ ।

ଗତକାଲି ବିଜୟ ପାଲ ସିଂ ତୋମାରଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ କେଉଁ କେଉଁ ନେତା ବିଜେପିରେ ଯୋଗ ଦେଉଛନ୍ତି? ଏହାର ଉତ୍ତରରେ ସେ କହିଥିଲେ, ଅନେକ ବଡ଼ ନେତା ଯୋଗାଯୋଗରେ ଅଛନ୍ତି । ଆସନ୍ତାକାଲି ହିଁ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+