ବିଜେଡ଼ି-ବିଜେପି ମେଣ୍ଟ: ମେଣ୍ଟ ହେଲେ କିଏ ହେବେ ଉପ-ମୁଖ୍ୟମନ୍ତ୍ରୀ ?
ମେଣ୍ଟ ନେଇ ରାଜ୍ୟରେ ଚାଲିଛି ବଡ ଚର୍ଚ୍ଚା । ଆଜି କି କାଲି ମେଣ୍ଟରେ ପଡିପାରେ ପୂର୍ଣ୍ଣଛେଦ । ଆସନକୁ ନେଇ ପରସ୍ପର ବୁଝାମଣା ହୋଇଛି ବୋଲି ଚର୍ଚ୍ଚା ହୋଇଛି। ଏହାରି ଭିତରେ ଦିଲ୍ଲୀରେ ପୁରା ଓଡ଼ିଶା ଟିମ୍ । ଆଉ ୫ଟି ସଚିବ ଭିକେ ପାଣ୍ଡିଆନ ବି ଦିଲ୍ଲୀରେ ଅଛନ୍ତି। ସେଠାରେ ତାଙ୍କ ଭିତରେ କିଛି ଆଲୋଚନା ହୋଇପାରେ ।
ତେବେ ଏବେ ସବୁଠୁ ବଡ ପ୍ରଶ୍ନ ମେଣ୍ଟ ହେଲେ କିଏ ହେବ ଉପ-ମୁଖ୍ୟମନ୍ତ୍ରୀ ? କିଏ ହେବ ବିଜେପିର ନେତା । ଦଳ ନୂଆ ଚେହେରାକୁ ସୁଯୋଗ ଦେବ ନା ଆଉ କିଛି ହୋଇପାରେ । ଦଳ ଯାହାକୁ ଉପ-ମୁଖ୍ୟମନ୍ତ୍ରୀ କରିବ ତାକୁ ନେଇ ବିଜେପି ଭିତରେ କିଛି ପାଟିତୁଣ୍ଡ ହେବନି ତ ? ଏହି ସବୁ ବଡ ପ୍ରଶ୍ନ ଭିତରେ ବିଜେପି କେନ୍ଦ୍ରୀୟ ଦଳ ହୋଇଥବାରୁ କ'ଣ ହେବ ତାହା ଏବେ ପ୍ରଶ୍ନବାଚୀ ?

ତେବେ ଉପ-ମୁଖ୍ୟମନ୍ତ୍ରୀ କହିଲେ ବିଜେପିରେ ଚାରି ଚେହେରାକୁ ନେଇ ଚର୍ଚ୍ଚା ହୁଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମନମୋହନ ସାମଲ ଓ ମୋହନ ମାଝୀ।
ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପି କେନ୍ଦ୍ରୀୟ ନେତୃତ୍ବ ସହ ଭଲ ସମ୍ପର୍କ ରହିଛି। ସେ ଦଳରେ ବି ଭାରି ଲୋକପ୍ରିୟ । ସମସ୍ତେ ତାଙ୍କୁ ମାନନ୍ତି। ମୋଦି କ୍ୟାବିନେଟରେ ସେ ଜଣେ ସଫଳ ଜନ ନେତା । ଦୁଇ ଦୁଇ ଥର ସେ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ପରେ ଏବେ ତାଙ୍କ ହାତରେ ଶିକ୍ଷା ମନ୍ତ୍ରଣାଳୟ । ଆଉ ସାରା ଦେଶରେ ଉଜ୍ଜଳା ମ୍ୟାନ ଭାବରେ ସେ ଖୁବ୍ ପ୍ରସିଦ୍ଧ । ତେଣୁ ସେ ଜଣେ ପ୍ରମୁଖ ଦାବିଦାର ।
ଅପରାଜିତା ଷଡ଼ଙ୍ଗୀ
ସେହିପରି ଅପରାଜିତା ଷଡ଼ଙ୍ଗୀ, ଓଡ଼ିଶାର ଜଣେ ସଫଳ ସାଂସଦ । ବିଗତ ୫ ବର୍ଷ ଭିତରେ ସେ ଅନେକ ବିକଶିତ କାମ କରୁଛନ୍ତି । ଏହା ଶ ଲୋକେ ବି ତାଙ୍କୁ ଭାରି ଭଲ ପାଆନ୍ତି। ଗାଁ ଅଷ୍ଟପ୍ରହରିଠୁ ଆରମ୍ଭ କରି ରାଜଧାନୀର ବିଭିନ୍ନ କାମରେ ତାଙ୍କୁ ଦେଖିବାକୁ ମିଳେ । ସେ ବିଜେପିରେ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ବି ଚର୍ଚ୍ଚା ହୁଏ । ସାଧାରଣ ଲୋକଙ୍କ ପାଖରେ ତାଙ୍କ କ୍ରେଜ ରହିଛି ।
ମନମୋହନ ସାମଲ
ମନମୋହନ ସାମଲ, ବିଜେପିର ରାଜ୍ୟ ସଭାପତି । ଆଗରୁ ମେଣ୍ଟ ସରକାରରେ ରାଜସ୍ୱ ବିଭାଗ ମନ୍ତ୍ରୀ ବି ଥିଲେ । ସେ ଭାରି ଜଣାଶୁଣା । ଭଦ୍ରକର ଧାମନଗର ବିଧାୟକ ଥିଲେ ମନ ମୋହନ। ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ହେଲେ ୨୦୦୯ ଓ ୨୦୧୪ ରେ ପରାଜିତ ହୋଇଛନ୍ତି ।
ମୋହନ ମାଝି
ମୋହନ ମାଝି , ରାଜ୍ୟ ବିଜେପିରେ ଜନଜାତି ଚେହେରା । ୨୦୧୯ ନିର୍ବାଚନରେ ସେ କେନ୍ଦୁଝର ଆସନରୁ ବିଜୟ ହୋଇଥିଲେ । ଯଦି ଦଳ ଜନଜାତି ଚେହେରାରୁ ଉପ - ମୁଖ୍ୟମନ୍ତ୍ରୀ କରିବାକୁ ଚାହେଁ ସେ ବଡ଼ ଚେହେରା ହୋଇପାରନ୍ତି । ସେ ବର୍ତ୍ତମାନ ବିରୋଧୀ ଦଳ ମୁଖ୍ୟ ସଚେତକ ଅଛନ୍ତି । ଦଳ ତାଙ୍କୁ ମଧ୍ୟ ଆଗକୁ ବଢାଇପାରେ।












Click it and Unblock the Notifications