ନିରାଶ ହେଲେ ଗମାଙ୍ଗ ଓ ପାଙ୍ଗି; ପରିବାରର କାହାକୁ ମିଳିଲାନି ଟିକେଟ୍

କଂଗ୍ରେସ୍‌ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀଙ୍କ ନାଁ ଏହି ଲିଷ୍ଟରେ ରହିଛି । ହେଲେ ତାଲିକାରେ ନାହିଁ ଅବିଭକ୍ତ କୋରାପୁଟ୍‌ ଜିଲ୍ଲା ଦୁଇ ପୁରୁଖା ନେତା ତଥା ଜୟରାମ ପାଙ୍ଗି ଓ ଗିରିଧର ଗମାଙ୍ଗଙ୍କ ନାଁ । ତାଙ୍କ ପରିବାରରୁ କାହାରିକୁ ଟିକଟ ମିଳିନି । ଉଭୟ ବାରମ୍ୱାର ଦଳବଦଳ କରୁଥିବାରୁ ଦଳ ଉଭୟଙ୍କୁ ବିଶ୍ୱାସକୁ ନେଇନଥିବା ଚର୍ଚ୍ଚା ହେଉଛି।

କଂଗ୍ରେସରେ ଡିଲ୍ ଚାଲିଥିବା ଅଭିଯୋଗ କରିଛନ୍ତି ଶିଶିର ଗମାଙ୍ଗ । କଂଗ୍ରେସରୁ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ ଅଭିଯୋଗ କରିଛନ୍ତି। କଂଗ୍ରେସକୁ ହରାଇବା ପାଇଁ ଜାଣିଶୁଣି ଭିତିରିଆ ଡିଲ୍ ଚାଲିଛି ବୋଲି ସେ କହିଛନ୍ତି। 'ପରିବାରର କାହାକୁ ଟିକେଟ ନ ମିଳିବା ଆଘାତ ଦେଇଛି ବୋଲି ସେ କହିଛନ୍ତି ।

ଶିଶିର ଗମାଙ୍ଗଙ୍କ ଅଭିଯୋଗ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି । କିଛି ଷଡ଼ଯନ୍ତ୍ର କରାଯାଇନି କହିଲେ ଶରତ ପଟ୍ଟନାୟକ
ଟିକେଟ ପାଇଁ ଟଙ୍କା ମଗାଯିବା ମିଛ କଥା ବୋଲି ସେ କହିଛନ୍ତି ।

Gamang and Pangi

ଗିରିଧର ଗମାଙ୍ଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପତ୍ନୀ ସାଂସଦ ମଧ୍ୟ ହୋଇଥିଲେ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । ଦଳ ଶିଶିରଙ୍କୁ ଗୁଣୁପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା । ସେପଟେ ମାଆ ହେମା ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଦଳ ତାଙ୍କୁ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଲେ ନିର୍ବାଚନରେ ମାଆ ଓ ପୁଅ ପରାସ୍ତ ହୋଇଥିଲେ।

ସେହିପରି ଜୟରାମ ପାଙ୍ଗି ବିଜେଡିରୁ ଲଗାତାର ଭାବେ ବିଜୟୀ ହେଉଥିଲେ । ହେଲେ ୨୦୧୯ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ଆଉ ତା'ପରେ ଦଳ ତାଙ୍କୁ କୋରାପୁଟ ଲୋକସଭା ପ୍ରାର୍ଥୀ କରିଥିଲା। ହେଲେ ସେ ପରାସ୍ତ ହୋଇଥିଲେ। ଜୟରାମ ପାଙ୍ଗି ବିଜେପି ଛାଡ଼ି ବିଆର୍‌ଏସ୍‌ରେ ମିଶିଥିଲେ। ୨ରୁ ୩ ମାସ ତଳେ ସେ ବିଆର୍‌ଏସ୍‌ ଛାଡ଼ି କଂଗ୍ରେସରେ ମିଶିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ପଟ୍ଟାଙ୍ଗି ଆସନରୁ କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ମଧ୍ୟ ଥିଲେ। ହେଲେ କଂଗ୍ରେସ ପ୍ରାର୍ଥୀ ତାଲିକାରେ ପଟ୍ଟାଙ୍ଗିରୁ ରାମଚନ୍ଦ୍ର କାଡ଼ାମଙ୍କୁ ଟିକେଟ ଦେଇଛି ଦଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+