ଓଡ଼ିଶା ବିଧାନସଭା ନିର୍ବାଚନ: ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ, ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା
Odisha Assembly Election 2024: ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ । ବିଜେପି ଛାଡ଼ି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି ।
ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ନେଇ କିଛି ଦିନ ତଳେ ବିଜେଡ଼ି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ । ଏବେ ଟିକେଟ ନମିଳିବା ପରେ ସାମାଜିକ ଗଣମାଧ୍ୟମରେ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି । ଦେବାଶିଷ କହିଛନ୍ତି ବରୀବାସୀ ମୋ ବଳ । ଦଳ ମୋ ପାଇଁ ବଡ଼ ନୁହେଁ । ବରୀବାସୀଙ୍କ ସେବା କରିବାକୁ ମୁଁ ନିର୍ବାଚନ ଲଢ଼ିବି ।
ବିଜେପିରୁ ଟିକେଟ୍ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେବାଶିଷ ନାୟକ । ଗତକାଲି ବରୀରୁ ଉମେଶ ଜେନାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି ।

ଓଡ଼ିଶା ରାଜନୀତିରେ ଜଣେ ଜଣାଶୁଣା ରାଜନେତା ହେଉଛନ୍ତି ଦେବାଶିଷ ନାୟକ । କିଛି ଦିନ ନିଜର ଅସନ୍ତୁଷ୍ଟ ବଖାଣିବା ପରେ ଆଜି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ୪ଥର କାର୍ଯ୍ୟ କରିଛନ୍ତି ଦେବାଶିଷ। ସେ ୨୦୦୦ ଓ ୨୦୦୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ବରୀ-ଡେରାବିଶ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୩ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ଥିଲେ ଦେବାଶିଷ । କ୍ରୀଡା ବିଭାଗ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ରହିସାରିଥିଲେ ବିଜେଡିର ଏହି ବରିଷ୍ଠ ନେତା । ହେଲେ ୨୦୧୯ରେ କିନ୍ତୁ ତାଙ୍କୁ ଦଳ ଟିକେଟ୍ ଦେଇନଥିଲା । ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସଙ୍କୁ ଟିକେଟ୍ ଦେଇଥିଲା । ଆଉ ସୁନନ୍ଦା ମଧ୍ୟ ବିଜେପିର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ହରାଇ ବିଧାୟକ ହେଇଥିଲେ ।
ଏହା ପରେ ୨୦୦୯ ଓ ୨୦୧୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୫ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ବରୀ ନିର୍ବାଚନ ମଣ୍ଡଳୀରେ ପୁର୍ବରୁ ବିଧାୟକ ଥିବା ଦେବାଶିଷଙ୍କୁ ଗତ ୨୦୧୯ ନିର୍ବାଚନରେ ନିଜେଡି ଟିକେଟ୍ ଦେଇ ନ ଥିଲା । ଏହାପରେ ଦଳ ବରୀ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସ୍ଙ୍କୁ ବରୀରୁ ଟିକେଟ୍ ଦେଇଥିଲା।












Click it and Unblock the Notifications