ଓଡ଼ିଶା ବିଧାନସଭା ନିର୍ବାଚନ: କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଲା କଂଗ୍ରେସ

ଆଉ କଂଗ୍ରେସ ତାଙ୍କୁ ଟିକେଟ ଦେଇଛି ।

ସୂଚନାଯୋଗ୍ୟ, ୨୦୦୯ ଓ ୨୦୧୯ ନିର୍ବାଚନରେ ଶ୍ରୀ ଦାସ କାକଟପୁରରୁ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ । ୨୦୧୪ ନିର୍ବାଚନରେ ତାଙ୍କର ସମର୍ଥନରେ ସେ ରବି ସେଠୀଙ୍କୁ ସମର୍ଥନ ଦେଇଥିଲେ । ରବି ସେଠୀ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ।

ତେବେ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଏଠାରେ କଂଗ୍ରେସ ହାରିଥିଲା । ଶ୍ରୀ ଦାସ ନିକଟରେ କଂଗ୍ରେସ ଛାଡ଼ି ଟିକେଟ୍‌ ପାଇବା ଆଶାରେ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ବିଜେପି କାକଟପୁରରେ ବାଇଧର ମଲ୍ଲିକଙ୍କୁ ଟିକେଟ ଦେଇଥିଲା । ଫଳରେ ଶ୍ରୀ ଦାସଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଅଳ୍ପ କିଛି ଦିନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ ।

Biswabhusan Das

କଂଗ୍ରେସ ଏପର୍ଯ୍ୟନ୍ତ ୧୪୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । କେବଳ ନୀଳଗିରି ଆସନରେ ପ୍ରାର୍ଥୀ ଦେଇ ନାହିଁ। କାକଟପୁର ଆସନରେ ବିଜୁ ଜନତା ଦଳ କ୍ରୀଡ଼ା ଓ ଯୁବ ସେବା ବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହରାଙ୍କୁ ଅବତୀର୍ଣ୍ଣ କରିଛି । ସ‌େହିପରି ବିଜେପି ଟିକେଟରେ ବାଇଧର ମଲ୍ଲିକ ପଡ଼ିଆକୁ ଓହ୍ଲାଇଛନ୍ତି, ତେଣୁ ଏଠାରେ ବିଜେଡି-ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+