Odisha Assembly Election: ୩ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

୩ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । କଂଗ୍ରେସ ରବିବାର ତା'ର ଆଉ ୭୫ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି । ତେବେ ୩ଟି ସ୍ଥାନରେ କଂଗ୍ରେସ ତା'ର ପୂର୍ବ ପ୍ରାର୍ଥୀଙ୍କୁ ବଦଳାଇଛି ।

ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ କଂଗ୍ରେସ ଦେବେନ୍ଦ୍ର ଭିତିରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି କବିସୂର୍ଯ୍ୟନଗରରେ ଚିରଞ୍ଜିବୀ ବିଷୋୟୀଙ୍କ ସ୍ଥାନରେ ବିପନ ସ୍ବାଇଁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ, ଏପ୍ରିଲ ୨ରେ କଂଗ୍ରେସ ୪୯ ଜଣ ପ୍ରାର୍ଥୀଙ୍କ ନାମ ଘାଷଣା କରିଥିବା ବେଳେ ପ୍ରବୋଧ,ଚିରଞ୍ଜିବୀ ଓ ସୁରଦାଙ୍କୁ ଟିକେଟ ବି ଦେଇଥିଲା। ସେମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମାତ୍ର ଏବେ ସେମାନଙ୍କ ଟିକେଟରେ ପରିବର୍ତ୍ତନ ହୋଇଛି ।

congress changes canditates

ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଗତକାଲି ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ଏବେ ପ୍ରାର୍ଥୀ ଘୋଷଣା କରିଛି ।

କାହାକୁ କେଉଁଠୁ ମିଳିଲା ଟିକେଟ୍ ?

  1. ୧. ଅତାବିରା - ଅଭିଷେକ ସେଠ୍
  2. ୨. ତଳସରା - ଦେବେନ୍ଦ୍ର ଭିତାରିଆ
  3. ୩. କୁଚିଣ୍ଡା - କେଦାରନାଥ ବରିହା
  4. ୪. ରେଙ୍ଗାଲି - ଦିଲ୍ଲୀପ କୁମାର ଦୁରିଆ
  5. ୫. ସମ୍ବଲପୁର - ଦୁର୍ଗାପ୍ରସାଦ ପାଢୀ
  6. ୬. ରାଇରାଖୋଲ - ଆସଫ୍ ଅଲ୍ଲୀ ଖାନ୍
  7. ୭. ଦେବଗଡ - ସେମ୍ ହେମ୍ବ୍ରମ୍
  8. ୮. ତେଲକୋଇ - ନିର୍ମଳ ଚନ୍ଦ୍ର ନାୟକ
  9. ୯. ଘଷିପୁରା - ସୁବ୍ରତ ଚକ୍ର
  10. ୧୦. ଆନନ୍ଦପୁର - ଜୟଦେବ ଜେନା
  11. ୧୧. ପାଟଣା - ହୃଷିକେଶ ନାୟକ
  12. ୧୨. କେନ୍ଦୁଝର - ପ୍ରତିଭା ମଞ୍ଜରୀ ନାୟକ
  13. ୧୩. ଚମ୍ପୁଆ - ଯଶୱନ୍ତ ଲଘୁରୀ
  14. ୧୪. ଯଶୀପୁର - ଶ୍ୱେତା ଛଟ୍ଟର
  15. ୧୫. ସାରସକଣା - ରାମ କୁମାର ସୋରେନ୍
  16. ୧୬. ରାଇରଙ୍ଗପୁର - ଯୋଗେନ୍ଦ୍ର ବନରା
  17. ୧୭. ବାଙ୍ଗିରିପୋଷି - ବଦଲା ହେମ୍ବ୍ରମ୍
  18. ୧୮. କରଞ୍ଜିଆ - ଲକ୍ଷ୍ମୀଧର ସିଂହ
  19. ୧୯. ଉଦଳା - ଦୁର୍ଗା ଚରଣ ଟୁଡୁ
  20. ୨୦. ବାରିପଦା - ବାଦଲ ହେମ୍ବ୍ରମ୍
  21. ୨୧. ମୋରଡା - ପ୍ରଭାସ କର ମହାପାତ୍ର
  22. ୨୨. ଭୋଗରାଇ - ସତ୍ୟଶିବ ଦାସ
  23. ୨୩. ବସ୍ତା - ବିଜୟ ନାୟକ
  24. ୨୪. ରେମୁଣା - ସୁଦର୍ଶନ ଜେନା
  25. ୨୫. ସୋର - ସୁବ୍ରତ ଧଡା
  26. ୨୬. ସିମୁଳିଆ - ହିମାଂଶୁ ଶେଖର ବେହେରା
  27. ୨୭. ଭଣ୍ଡାରୀପୋଖରୀ - ନିରଞ୍ଜନ ପଟ୍ଟନାୟକ
  28. ୨୮. ଭଦ୍ରକ - ଅସିତ୍ ପଟ୍ଟନାୟକ
  29. ୨୯. ବାସୁଦେବପୁର - ଅଶୋକ କୁମାର ଦାସ
  30. ୩୦. ଧାମନଗର - ରଞ୍ଜନ କୁମାର ବେହେରା
  31. ୩୧. ଚାନ୍ଦବାଲି - ଅମୀୟ କୁମାର ମହାପାତ୍ର
  32. ୩୨. ବିଞ୍ଝାରପୁର - କନକଲତା ମଲ୍ଲିକ
  33. ୩୩. ବରୀ - ଆରତୀ ଦେଓ
  34. ୩୪. ଧର୍ମଶାଳା - କିଶାନ ପଣ୍ଡା
  35. ୩୫. ଯାଜପୁର - ସୁଦୀପ କୁମାର କର
  36. ୩୬. କୋରେଇ - ବନ୍ଦିତା ପରିଡା
  37. ୩୭. ଢେଙ୍କାନାଳ - ସୁସ୍ମିତା ସିଂ ଦେଓ
  38. ୩୮. ହିନ୍ଦୋଳ - ଗୋବର୍ଦ୍ଧନ ଶେଖର ନାୟକ
  39. ୩୯. କାମାକ୍ଷାନଗର - ବିପ୍ରବର ସାହୁ
  40. ୪୦. ପରଜଙ୍ଗ - ରଞ୍ଜିତ କୁମାର ସାହୁ
  41. ୪୧. ତାଳଚେର - ପ୍ରଫୁଲ ଚନ୍ଦ୍ର ଦାସ
  42. ୪୨. ଅନୁଗୁଳ - ଅମ୍ବିକା ପ୍ରସାଦ ଭଟ୍ଟ
  43. ୪୩. ଛେଣ୍ଡିପଦା - ନରୋତ୍ତମ ନାୟକ
  44. ୪୪. ଆଠମଲ୍ଲିକ - ବିଜୟାନନ୍ଦ ଚାଉଳିଆ
  45. ୪୫. ବୀରମହାରାଜପୁର - ପ୍ରଦୀପ ସେଠୀ
  46. ୪୬. ସୋନପୁର - ପ୍ରିୟବ୍ରତ ସାହୁ
  47. ୪୭. ଟିଟିଲାଗଡ - ବୀରେନ୍ଦ୍ର ବାଗ
  48. ୪୮. ଖରିଆର - କମଳ ଚରଣ ତାଣ୍ଡି
  49. ୪୯. ବାଲିଗୁଡା - ଉପେନ୍ଦ୍ର ପ୍ରଧାନ
  50. ୫୦. ବଡମ୍ବା - ସଞ୍ଜୟ କୁମାର ସାହୁ
  51. ୫୧. ବାଙ୍କୀ - ଦେବାଶିଷ ପଟ୍ଟନାୟକ
  52. ୫୨. ଆଠଗଡ - ମେହବୁବ୍ ଅହମ୍ମଦ ଖାନ୍
  53. ୫୩. ଚୌଦାର-କଟକ -ମୀରା ମଲ୍ଲିକ
  54. ୫୪. ନିଆଳି - ଜ୍ୟୋତିରଞ୍ଜନ ମଲ୍ଲିକ
  55. ୫୫. କଟକ ସଦର - ରାମଚନ୍ଦ୍ର ଗୋଚ୍ଛାୟତ
  56. ୫୬. ସାଲେପୁର - ଆକ୍ୟୁବ୍ ଉଜ୍ଜମାନ୍ ଖାନ୍
  57. ୫୭. ପାଟକୁରା - ରତିକାନ୍ତ କାନୁନଗୋ
  58. ୫୮. ଆଳି - ଦେବସ୍ମିତା ଶର୍ମା
  59. ୫୯. ପାରାଦୀପ - ନିରଞ୍ଜନ ନାୟକ
  60. ୬୦. ତିର୍ତ୍ତୋଲ - ହିମାଂଶୁ ଭୂଷଣ ମଲ୍ଲିକ
  61. ୬୧. ବାଲିକୁଦା ଏରସମା - ନଳିନୀ ସ୍ୱାଇଁ
  62. ୬୨. ପୁରୀ - ସୁଜିତ୍ ମହାପାତ୍ର
  63. ୬୩. ବ୍ରହ୍ମଗିରି - ମିତ୍ରଭାନୁ ମହାପାତ୍ର
  64. ୬୪. ଜୟଦେବ - ଜୟନ୍ତ କୁମାର ଭୋଇ
  65. ୬୫. ଏକାମ୍ର - ଭୁବନେଶ୍ୱର - ପ୍ରଶାନ୍ତ କୁମାର ଚମ୍ପତି
  66. ୬୬. ଜଟଣୀ - ସନ୍ତୋଷ ଜେନା
  67. ୬୭. ବେଗୁନିଆ - ପୃଥ୍ୱୀବଲ୍ଲଭ ପଟ୍ଟନାୟକ
  68. ୬୮. ରଣପୁର - ବିଭୁପ୍ରସାଦ ମିଶ୍ର
  69. ୬୯. ନୟାଗଡ - ରଞ୍ଜିତ ଦାଶ
  70. ୭୦. କବିସୂର୍ଯ୍ୟନଗର - ବିପିନ ବିହାରୀ ସ୍ୱାଇଁ
  71. ୭୧. ଖଲ୍ଲିକୋଟ - ଚିତ୍ରସେନ ବେହେରା
  72. ୭୨. ଆସ୍କା - ସୁରଭି ବିଶୋୟୀ
  73. ୭୩. ହିଞ୍ଜିଳି - ରଞ୍ଜିକାନ୍ତ ପାଢୀ
  74. ୭୪. ବ୍ରହ୍ମପୁର - ଦୀପକ ପଟ୍ଟନାୟକ
  75. ୭୫. ଦିଗପହଣ୍ଡି - ଶ୍ରୀଧର ଦେବ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+