ବିଜେପିରେ ଯୋଗ ଦେଇପାରନ୍ତି ସିଦ୍ଧାନ୍ତ ମହାପାତ୍ର; ସିଦ୍ଧାନ୍ତ ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ବିଜେପିରେ ଯୋଗଦେଇପାରନ୍ତି ସିଦ୍ଧାନ୍ତ ମହାପାତ୍ର । ସିନେ ଷ୍ଟାର ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ବିଜେପିରେ ମିଶିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।

sidhanth Mohapatra
ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ବିଜେପିରେ ଯୋଗଦେବା ସମ୍ଭାବନା ହୋଇଛି । ଆଜି ସାଢ଼େ ୨ଟାରେ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ ।

ଆଜି ବିଜେପିରେ ଯୋଗଦେଇ ପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ । କଟକ ସାଂସଦ ଭର୍ତ୍ତୃହରି ଆଜି ବିଜେପିରେ ଯୋଗଦେବା ସମ୍ଭାବନା । ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ସୂଚନା । ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ଭର୍ତ୍ତୃହରି ।

ଆଜି ବିଜେପିରେ ଯୋଗ ଦେଇପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ତିନିଜଣଯାକ ପଦ୍ମ ଧରିପାରନ୍ତି ।

୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଦେଖ‌ିବାକୁ ମିଳିବ ସବୁଠାରୁ ବଡ଼ ଲଢ଼େଇ । ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ । ପୂର୍ବରୁ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ଲଢିବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ବାରମ୍ବାର ଗସ୍ତ କରୁଥିଲେ ପ୍ରଣବ ପ୍ରକାଶ ଦାସ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥୀତ୍ବକୁ ନେଇ ମୋହର ଲାଗିଛି ।

ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେବାକୁ ନେଇ ସୁର କହିଛନ୍ତି, ଯେତେ ଚେଷ୍ଟା କଲି ପାରିଲିନି, ଅଭିମାନ କଲା । ସେଥି ପାଇଁ ଛାଡିଦେଲି ବିଜେଡିରେ ମିଶିବା ପାଇଁ । ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ । ମନ୍ମଥଙ୍କୁ ସହଯୋଗ କରିବି କିନ୍ତୁ ପ୍ରଚାର କରିବାକୁ ଯିବିନି । ବିଜେଡି ମୋ ପୁଅକୁ ନେଇଛି, ଆଶା ସେମାନେ ଉପଯୁକ୍ତ ସମ୍ନାନ ଦେବେ କହିଛନ୍ତି ସୁର ରାଉତରାୟ ।

ସୁରଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟ ଗତକାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ । ମନ୍ମଥ କହିଥିଲେ, ବାପାଙ୍କ ଅନୁମତି ଓ ଆଶୀର୍ବାଦ ନେଇ ଏଠାକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ସ୍କଲାରସିପ ଦେଇଥିଲେ ତାହା ଏବେ ବି ମୋର ମନେଅଛି । ବିଜୁ ପଟ୍ଟନାୟକ ମୋର ଆଦର୍ଶ । ଭିକେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀକୁ ପ୍ରଂଶସା କରିବା ସହ ବଡଭାଇ ଭଳି ପରାମର୍ଶ ଦେଇଥିବାରୁ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ମଥ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+