ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା; କଣ୍ଟାବାଂଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ, ଆଉ କାହାକୁ ପ୍ରାର୍ଥୀ କଲା ବିଜେଡ଼ି ?

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା । କଣ୍ଟାବାଂଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ ଘୋଷଣା ହୋଇଛି । ରେଢ଼ାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁରରୁ ପ୍ରାର୍ଥୀ ହେବେ ରୋହିତ ପୂଜାରୀ ।

ପୂର୍ବରୁ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ଆଜି କଣ୍ଟାବାଞ୍ଜିରୁ ନବୀନ ଲଢିବା ନେଇ ଘୋଷଣା ହୋଇଛି । ଏହାପୂର୍ବରୁ ୨୦୧୯ରେ ହିଞ୍ଜିଳି ସହ ବିଜେପୁର ଆସନରୁ ନିର୍ବାଚନ ଲଢିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଆସନରେ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିବା ବେଳେ ପରେ ବିଜେପୁର ଆସନ ଛାଡି ହିଞ୍ଜିଳି ଆସନ ରଖିଥିଲେ ।

କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ପଶ୍ଚିମ ଓଡ଼ିଶାକୁ ବିଜେଡି ଫୋକସରେ ଅଛି । ଗତଥର ନବୀନ ପଶ୍ଚିମ ଓଡ଼ିଶାରୁ ଲଢିଥିଲେ ଯାହାର ଫାଇଦା ବିଜେଡିକୁ ମିଳିଥିଲା । ତେଣୁ ସମାନ ଷ୍ଟ୍ରାଟେଜିକୁ ବିଜେଡି ପୁଣିଥରେ ଦୋହରାଇଛି ।

Chief Minister Naveen Patnaik

୨୦୧୯ରେ କଣ୍ଟାବାଞ୍ଜି ଆସନ କଂଗ୍ରେସ ଖାତାକୁ ଯାଇଥିଲା । କଂଗ୍ରେସର ସନ୍ତୋଷ ସିଂ ସାଲୁଜା ବିଧାୟକ ହୋଇଥିଲେ । ତେବେ ଚଳିତଥର ସନ୍ତୋଷଙ୍କ ଭଳି ହେଭିୱେଟକୁ ମାତ୍ ଦେବାକୁ ଏହି ଆସନରେ ମୁଖ୍ୟମନ୍ତ୍ରୀଙ୍କୁ ଓହ୍ଲାଇଛି ବିଜେଡି ।

  • ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ
  • ପଦ୍ମପୁର- ବର୍ଷା ସିଂ ବରିହା
  • କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ
  • ଦେବଗଡ଼- ଅରୁନ୍ଧତି ଦେବ
  • ଅନୁଗୁଳ- ସଂଯୁକ୍ତା ସିଂହ
  • ନିମାପଡ଼ା- ଦିଲୀପ ନାୟକ
  • ସାନଖେମୁଣ୍ଡି- ସୁଲକ୍ଷଣା ଗୀତାଞ୍ଜଳି ଦେବୀ
  • ଜୟପୁର- ଇନ୍ଦିରା ନନ୍ଦ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+