Odisha Assembly Election: ଗାଁ ଗାଁରେ ଜମୁଛି ପ୍ରଚାର; ବୁଲି ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ, ଖରା ତାତିକୁ ନାହିଁ ଖାତିର

ଗାଁ ଗାଁରେ ଜମୁଛି ପ୍ରଚାର । ଗାଁ ଗାଁ ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଲୋକଙ୍କୁ ଭେଟି ଭୋଟ୍ ଭିକ୍ଷା କରୁଛନ୍ତି ତିନି ଦଳର ପ୍ରାର୍ଥୀ । ପ୍ରଚାର ସମୟରେ ଲୋକଙ୍କ ପାଖରେ ବସି ତାଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି । ଆଉ ଖରା ତାତିକୁ ଦେଖି ରାତି ଅଧ ଯାଏଁ ପ୍ରଚାର ଦେଖିବାକୁ ମିଳିଛି ।

ଜୟ ଶ୍ରୀରାମ ନାରାରେ କମ୍ପିଛି ବ୍ରହ୍ମପୁର ସହର । ପ୍ରତିଷ୍ଠା ଦିବସ ନାମରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପିର ଲୋକସବା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଶହ ଶହ ବିଜେପି ନେତା ଓ କର୍ମୀ ମାନଙ୍କୁ କରିଛନ୍ତି ପଦଯାତ୍ରା ଓ କର୍ମୀ ସମ୍ମିଳନୀ। ପ୍ରଦୀପଙ୍କ ସହ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନୀଲ କୁମାର, ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାଏଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ ।

ମୟୂରଭଞ୍ଜ ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଭୋଟରଙ୍କ ପାଖରେ ପହଞ୍ଚିବାକୁ ନେତା ଓ କର୍ମୀମାନେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେଣି । ଗୁରୁବାର ଦିନ ଜିଲ୍ଲାରେ ରାଇରଙ୍ଗପୁରର ବିଜେଡ଼ି ବିଧାନସଭା ପ୍ରାର୍ଥୀ ରାଇସେନ ମୁର୍ମୁ ଓ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ନିର୍ବାଚନୀ ପ୍ରଚାର କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଯାମଦା, ବହଳଦା ଓ ତିରିଂ ଅଞ୍ଚଳର ପଞ୍ଚାୟତ ସ୍ତରର ନେତା ଓ କର୍ମୀ ମାନଙ୍କୁ ନେଇ ନିର୍ବାଚନୀ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Odisha assembly election 2024

କଳାହାଣ୍ଡିରୁ ସାଂସଦ ପ୍ରାର୍ଥୀ ଭାବେ ଓବିସି ନେତା ଲମ୍ବୋଦର ନିଆଲକୁ ମଇଦାନକୁ ଓହ୍ଲାଇଛି ବିଜେଡି । ଅଭିଭକ୍ତ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ରହିଛି ତାଙ୍କର ଦବଦବା। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଥିବା ଲୋକଙ୍କ ଭଲ ପାଇବା ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ଭୋଟରେ ବିଜୟୀ କରାଇବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଲମ୍ବୋଦର ।

ଏକାମ୍ରରେ ଧୀରେ ଧୀରେ ପ୍ରଚାର ସରଗରମ ହେବାରେ ‌ଲାଗିଛି । ଏବେଠାରୁ ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଉଷ୍ମ ହେଲାଣି। ଟିକେଟ ‌ଘୋଷଣା ହେବାପରେ ପ୍ରାର୍ଥୀଙ୍କୁ ଭେଟି କର୍ମୀ ଶୁ‌ଭେଚ୍ଛା ଜଣାଉଛନ୍ତି। ପ୍ରାର୍ଥୀ ଟାଣଖରାକୁ ଖାତିର ନକରି ଘର ଘର ବୁଲି ଭୋଟ୍‌ ମାଗୁଛନ୍ତି। ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ ବି କରୁଛନ୍ତି ଏବଂ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+