ଓଡ଼ିଶା ବିଧାନସଭା ନିର୍ବାଚନ: "ବାଲିଟି" ଚିହ୍ନରେ ପାରି ହେବେ କି ବିଦ୍ରୋହୀ ? ହିଂମାଶୁ ଓ କାଳୁଙ୍କୁ "ବାଲିଟି" ଚିହ୍ନ
Odisha Assembly Election/ Lok Sabha Election: ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଦେବ ଓଡ଼ିଶା । ତେବେ ଏହାରି ଭିତରେ ବିଦ୍ରୋହ ବି ଅନେକ ସ୍ଥାନରେ ମୁଣ୍ଡ ଟେକିଛି । ଦଳ ଡିଆଁ ପର୍ବ ଆଜି ପର୍ଯ୍ୟନ୍ତ ବି ଚାଲିଛି । ଏହାରି ଭିତରେ ଅନେକ ବିଦ୍ରୋହୀ ସ୍ଵାଧୀନ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ତେବେ ସ୍ଵାଧୀନ ପ୍ରାର୍ଥୀଙ୍କ ମୁଖ୍ୟ ଚିହ୍ନ ପାଲଟିଛି "ବାଲଟି" ଚିହ୍ନ । ଯାହା ଏବେ ଚର୍ଚ୍ଚାର ପ୍ରମୁଖ ପାଲଟିଛି ।
ବିଜେପିରୁ ଟିକେଟ ନ ପାଇ ବିଦ୍ରୋହରେ ବହ୍ନି ଜାଳିଥିଲେ ଧର୍ମଶାଳା ବିଜେପିରୁ ଆଶାୟୀ ହିଂମାଶୁ ଶେଖର ସାହୁ ( ଲିକୁ ) ଓ ଖୋର୍ଦ୍ଧାରୁ କାଳୁଚରଣ ଖଣ୍ଡେଇତରାୟ । ଏପରି ପାର୍ଟି ଅଫିସରେ କାଳୁଚରଣଙ୍କ ସମର୍ଥକ ଗଣ୍ଡଗୋଳ କରିଥିଲେ । ଏହାପରେ ତାଙ୍କୁ ବୁଝେଇ ପଠାଯାଇଥିଲା ।

ଖୋର୍ଦ୍ଧାରୁ କାଳୁଚରଣ ଖଣ୍ଡେଇତରାୟ
ଟିକେଟ ବାଣ୍ଟିବା ପରେ ବିଜେପି ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ଦେଇଥିଲା । ଆଉ ଆରମ୍ଭ ହୋଇଥିଲା ବିଦ୍ରୋହ । କାଳୁଚରଣ ଖଣ୍ଡେଇତରାୟ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ବଡ ଜନ ସମାବେଶ କରିଥିଲେ । ଆଉ ପରେ ସ୍ଵାଧୀନ ଠିଆ ହେବେ ବୋଲି ସ୍ପଷ୍ଟ କରିଥିଲେ । ବିଜେପିକୁ ହରାଇବେ ବୋଲି ସେ କହିଥିଲେ । ଏହାପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବି ସେ ନିଜର ଦବଦବା ନାମାଙ୍କନ ଦିନ ଦେଖାଇଥିଲେ । ନାମାଙ୍କନ ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା ।
ତାଙ୍କୁ ମିଳିଛି "ବାଲଟି" ଚିହ୍ନ । ତେବେ ଯଦି କାଳୁ ପୂର୍ବ ବର୍ଷ ପରି ଚଳିତ ବର୍ଷ ଲୋକଙ୍କ ବିଶ୍ୱାସ ଜିତି ପାରନ୍ତି ତେବେ ସେ ନିର୍ବାଚନ ବୈତରଣୀ ପାର ହୋଇପାରନ୍ତି । ହେଲେ ଏହା ଏତେ ସମ୍ଭବ ନୁହେଁ ।
ଧର୍ମଶାଳାରୁ ହିଂମାଶୁ ଶେଖର ସାହୁ ( ଲିକୁ )
ସେହିପରି ଅନ୍ୟ ଜଣେ ହେଲେ ଧର୍ମଶାଳା ସ୍ଵାଧୀନ ବିଧାନସଭା ପ୍ରାର୍ଥୀ ହିଂମାଶୁ ଶେଖର ସାହୁ । ସିଏ ବିଜେପିରୁ ଟିକେଟ ପାଇଥିଲେ ଏକତରଫା ଜିତିଥାନ୍ତେ ବୋଲି ଲୋକେ କହୁଛନ୍ତି । ହେଲେ ବିଜେପି ତାଙ୍କୁ ଟିକେଟ ନ ଦେଇ କଂଗ୍ରେସରୁ ଆମଦାନୀ କରିଥିବା ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଛି । ଆଉ ଏହାକୁ ନେଇ ପାଖାପାଖି ୭ ରୁ ୮ ଦିନ ବିଜେପି ପାର୍ଟି ଅଫିସରେ ନିଜର ଦମ୍ ଦେଖାଇଥିଲେ ହିଂମାଶୁ । ଆଉ ପରେ ସ୍ଵାଧୀନ ଭାବରେ ସେ ନାମାଙ୍କନ ଦାଖଲ କରିଥିଲେ । ଆଉ ତାଙ୍କୁ ମିଳିଥିଲା "ବାଲଟି" ଚିହ୍ନ ।
ଏପରିକି ସେ ଧର୍ମଶାଳାରେ ଅନେକ କାର୍ଯ୍ୟକ୍ରମ କରୁଥିବା ଦେଖାଯାଉଛି । ଅନେକ ଲୋକଙ୍କ ସେବା ସେ କରୁଥିବାର ଦେଖାଦେଇଛି । ଏପରିକି ସେ ହାରିଲେ ୫୦,୦୦୦ ଭୋଟ୍ ପାଇବେ ବୋଲି ତାଙ୍କ ସମର୍ଥକ କହୁଛନ୍ତି । ତେବେ ଦେଖିବାକୁ ବାକି କଣ ହେଉଛି ନିର୍ବାଚନ ଫଳାଫଳ ।












Click it and Unblock the Notifications