ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ଜେ.ପି ନଡ୍ଡା; ବ୍ରହ୍ମପୁରରେ ସାଧାରଣ ସଭାକୁ କରିବେ ସମ୍ବୋଧନ

ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ଜେ.ପି ନଡ୍ଡା। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ । ୨୮ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା।

ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ନଡ୍ଡା । ବ୍ରହ୍ମପୁରରୁ ନବରଙ୍ଗପୁର ଯିବେ, କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ନଡ୍ଡାଙ୍କ ଗସ୍ତ ନେଇ ବିଜେପି ନେତା ସମୀର ମହାନ୍ତିଙ୍କ ସୂଚନା ।

ଗତକାଲି ଓଡିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇଥିଲେ। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ ଶାହ ।

ଓଡ଼ିଶାରେ ୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ ସେ ନେଇ ଉପସ୍ଥିତ ଲୋକଙ୍କୁ ପ୍ରଶ୍ନ କରିଥିଲେ । ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ବନେଇବା କି ନାହିଁ । ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର କରିବା ବୋଲି ସମର୍ଥକଙ୍କୁ ଆହ୍ୱାନ ଦେଇଥିଲେ ।

JP Nadda BJP president will vist odisha

ପ୍ରଥମେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ନିଜର ଭାଷଣ ଆରମ୍ଭ କରିଥିଲେ ଶାହ । ସେ କହିଛନ୍ତିଯେ, ନବୀନ ସରକାରଙ୍କ ୨୦ ବର୍ଷ ଶାସନକାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି ।

ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି । ତେଣୁ ଓଡ଼ିଶାକୁ ଏବେ ବିକାଶ, ସମୃଦ୍ଧଶାଳୀ କରିବାର ସମୟ ଆସିଛି ବୋଲି କହିଛନ୍ତି ଅମିତ ଶାହା । ଶାହ ଆହୁରି କହିଛନ୍ତି, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି । ସବୁଠାରୁ ଅଧିକ ପାଣି ରହିଛି । ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ । ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି । ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ । ଲୋକଙ୍କୁ ଏଠାରେ ରୋଜଗାର ମିଳିବ ।

ଶାହ କହିଥିଲେ ଯେ, କେନ୍ଦ୍ର ସରକାର ଯେତିକି ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ତାହା ବିନିଯୋଗ କରିପାରୁ ନାହିଁ । ଭାରତୀୟ ଜନତା ପାର୍ଟିର ସରକାର ପ୍ରତ୍ୟେକ ଘରକୁ ପାଣି ଯୋଗାଇବ । ତେବେ ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । କାଶୀ ବିଶ୍ୱନାଥ ଭଳି ପୁରୀକୁ ସାରା ବିଶ୍ୱରେ ମହିମାମଣ୍ଡିତ କରାଯିବ ବୋଲି ଅମିତ୍ ଶାହ ସୋନପୁର ସଭାରେ କହିଛନ୍ତି । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ୪ ଲକ୍ଷ ୮୧ ହଜାର କୋଟି ଦେଇଛନ୍ତି ବୋଲି ଅମିତ୍ ଶାହ ହିସାବ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+