ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ଯୋଡ଼ି ଶଙ୍ଖ Vs ଡବଲ ଇଞ୍ଜିନ, କାହାର ପଲ୍ଲା ଭାରି ?
ଯୋଡ଼ି ଶଙ୍ଖ Vs ଡବଲ ଇଞ୍ଜିନ । କାହାକୁ ଭୋଟ୍ ଦେବେ ଜନତା। କିଏ କରିବ ରାଜ୍ୟରେ ସରକାର । ନବୀନ ପୁଣି ନା ବିଜେପି କରିବ ମ୍ୟାଜିକ । ମଇ ମାସର ୪୬ ଡିଗ୍ରୀ ଖରା ସହ ରାଜ୍ୟର ରାଜନୈତିକ ସ୍ଥିତି ଆହୁରି ତାତିଲାଣି । ବିଜେପି ଓ ବିଜେପି ଭିତରେ ସିଧା ଫାଇଟ୍ । ତେବେ କଂଗ୍ରେସ ନିଜର ସ୍ଥିତି ସୁଧାରିବ ବୋଲି ଆଶା।
ନବୀନ ପଟ୍ଟନାୟକ ଏବଂ ମୋଦୀଙ୍କ ଚେହେରା ଦେଖି ରାଜ୍ୟର ଜନତା ଭୋଟ ଦେବାକୁ ଥିବା ବେଳେ ମଇଦନାରେ ପୁରା ଛକାପଞ୍ଝା। ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଦମ୍ ଦେଖାଉଛନ୍ତି । ଆଉ ଏହାରି ଭିତରେ ବୟାନ ବାଜି ଜାରି ରହିଛି ।
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ଭାଇରଲ ହୋଇଥିଲା । ନବୀନ ଦୁଇଟି ହାତରେ ଦୁଇଟି ଶଙ୍ଖ ଚିହ୍ନ ଧରିଥିଲେ ।
ଖାଲି ଧରି ନଥିଲେ ନବୀନ କହୁଥିଲେ, ଏଥର ଯୋଡ଼ି ଶଙ୍ଖ। ଡାହାଣ ହାତରେ ଧରିଥିବା ଶଙ୍ଖ ଦେଖାଇ କହିଥିଲେ ଏମ୍ଏଲ୍ ପାଇଁ ଏବଂ ବାମ ହାତରେ ଥିବା ଶଙ୍ଖ ଦେଖାଇ କହୁଛନ୍ତି ଏହା ଏମ୍ପି ପାଇଁ । ନବୀନଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଆଉ ଏହାକୁ ବିଜେଡ଼ିର ବହୁ ନେତା ପୋଷ୍ଟ କରି ଏଥର ଯୋଡ଼ି ଶଙ୍ଖ ବୋଲି ଲେଖିଥିଲେ ।

ସେହିପରି 'ନବୀନ ଓଡ଼ିଶା' ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ମଧ୍ୟ ଦୁଇ ହାତରେ ଦୁଇଟି ଶଙ୍ଖ ଲୋଗୋ ଧରି ବିଜେଡିର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ନିଜର ମହତ୍ୱପୂର୍ଣ୍ଣ ଭୋଟ ଦେବା ଲାଗି ଅପିଲ କରିଥିଲେ ।
ସେହିପରି ବିଜେପି ଓଡ଼ିଶା ଆରମ୍ଭରୁ ଡବଲ ଇଞ୍ଜିନ ସରକାର ଦରକାର ବୋଲି କହିଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ଼ା ବିଭିନ୍ନ ସଭାରେ ଯୋଗ ଦେଇ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଥିଲେ । ରାଜ୍ୟର ଉନ୍ନତି ପାଇଁ ଡବଲ ଇଞ୍ଜିନ ଦରକାର ବୋଲି ସେ କହିଥିଲେ ।
ସେହିପରି ଝାରସୁଗୁଡାରେ ଏକ ସଭାରେ ଦେଶର ବିକାଶ ଧାରାରେ ଯୋଡି ହେବାକୁ ହେଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଥିଲେ । ବିଜେପିର କେନ୍ଦ୍ରୀୟ ନେତା ଏବଂ ରାଜ୍ୟ ନେତା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଲୋକଙ୍କୁ ଅପିଲ୍ କରୁଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଅପିଲ୍ କରିଛନ୍ତି। ରାଜ୍ୟରେ ଓଡ଼ିଆ ଭାଷା ବିପଦରେ ଏବଂ ଓଡିଆଙ୍କ ଅସ୍ମିତା ବିପଦରେ ରହିଛି ବୋଲି ମୋଦୀ କହିଛନ୍ତି।
ସେପଟେ ଏହାର ଜବାବ ମଧ୍ୟ ବିଜେଡି ଦେଇଛି। ପ୍ରଶାସନିକ ଅଧିକାରରୁ ରାଜନେତା ପାଲଟିଥିବା ଭି.କେ ପାଣ୍ଡିଆନ୍ କହିଛନ୍ତି, ରାଜ୍ୟରେ ଆବଶ୍ୟକ ନାହିଁ ଗୋଟିଏ କି ଡବଲ ଇଞ୍ଜିନ ସରକାର। ରାଜ୍ୟକୁ ଆବଶ୍ୟକ ନବୀନ ଇଞ୍ଜିନ ସରକାର। ଏହା କେବେ ଫେଲ୍ ମାରେ ନାହିଁ ବୋଲି କହିଛନ୍ତି ।












Click it and Unblock the Notifications