Odisha Assembly Election: ଆଜି ନବୀନ ନିବାସରେ ୪ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା ବୈଠକ
ଆଜି ନବୀନ ନିବାସରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ହେବ ସମୀକ୍ଷା ବୈଠକ । ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଓ ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ ରହିବେ ।
ଉଭୟ ବିଧାନସଭା ଓ ଲୋକସଭା ଆସନରେ କିଭଳି ଦଳ ମାତ୍ ଦେବ ଏ ଦିଗରେ ରଣନୀତି ପ୍ରସ୍ତୁତ ହେବ ବିଜେଡି । ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି । ତେଣୁ କିଭଳି କାଉଣ୍ଟର କରିହେବ ସେ ଦିଗରେ ବିଜେଡି ରଣନୀତି ପ୍ରସ୍ତୁତ କରିବ ।
୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନ ବିଜେପି ହାତେଇଥିଲା । କିନ୍ତୁ କେନ୍ଦୁଝର ବିଜେଡି ହାତରେ ରହିଛି । ତେବେ ମୟୂରଭଞ୍ଜ ଉପରେ ବିଜେଡିର ଫୋକସ ରହିଛି । ଆଦିବାସୀ ଭୋଟ୍ ଗୋଟିଏ ବଡ ଭୂମିକା ନେବ । ଏପରି ସ୍ଥିତିରେ ଦଳର ପର୍ଯ୍ୟବେକ୍ଷକ ଏବଂ ନେତାଙ୍କ ଉପସ୍ଥିତିରେ ଆଲୋଚନା ହେବ ।

ସେହିପରି ଅପରାହ୍ନରେ ବାଲେଶ୍ୱର ଓ ଭଦ୍ରକ ନେତାଙ୍କୁ ନେଇ ବୈଠକ ବସିବ । ଟିକେଟ୍ ଘୋଷଣା ପୂର୍ବରୁ ଆଜି ଶେଷ ବୈଠକ ବୋଲି କୁହାଯାଉଛି ।
ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା କେବେ ? ଓଡ଼ିଶା ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୮ ଲୋକସଭା ଆସନ ପାଇଁ ତାଲିକା ଘୋଷଣା କରିଛି ବିଜେପି । ତେବେ ବିଜେପି ପ୍ରାର୍ଥୀ ଘୋଷଣା ପରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଅପେକ୍ଷା । କାହାକୁ ମିଳିବ କାହାର କଟିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
ବିଜେପି ବିଭିନ୍ନ ଲୋକସଭା ଆସନରେ ହେଭି ୱେଟ୍ ନେତାଙ୍କୁ ଟିକେଟ୍ ଦେଇସାରିଛି । ଏହାପରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ କେମିତି ହେବ ନିର୍ବାଚନ ପରିବେଶ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।












Click it and Unblock the Notifications