୩ ବିଧାୟକଙ୍କ ଟିକେଟ କଟିଲା ବିଜେଡ଼ି; ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ବଦଳରେ ଦିଲୀପ ନାୟକଙ୍କୁ ଟିକେଟ

୩ ବିଧାୟକଙ୍କ ଟିକେଟ କଟିଲା ବିଜେଡ଼ି । ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ଟିକେଟ ଦେଲାନି ବିଜେଡି । ନିମାପଡ଼ାରେ ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ । ସମୀର ଦାସଙ୍କ ଜାଗାରେ ଦିଲୀପ ନାୟକ ପ୍ରାର୍ଥୀ ହୋଇଛନ୍ତି । କୁଚିଣ୍ଡାରେ କିଶୋର ନାୟକଙ୍କୁ ବି ଟିକେଟ ଦେଲାନି ବିଜେଡି। କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ଟିକେଟ। ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ ବି କଟିଲା । ବାକାଙ୍କ ଜାଗାରେ ଲକ୍ଷ୍ମୀପ୍ରିୟା ନାୟକ ହେଲେ ବିଜେଡି ପ୍ରାର୍ଥୀ ।

ସେହିଭଳି ସମ୍ବଲପୁର-ରେଢ଼ାଖୋଲ ପ୍ରାର୍ଥୀ ଅଦଳବଦଳ କରିଛି ବିଜେଡି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସନ୍ତୁଷ୍ଟ ପାଇଁ ବିଜେଡି ଉଦ୍ୟମ କରିଛି । ରେଢ଼ାଖୋଲ ଏବଂ ସମ୍ବଲପୁର ପ୍ରାର୍ଥୀ ଅଦଳବଦଳ କରାଯାଇଛି । ପ୍ରସନ୍ନଙ୍କୁ ବିଜେଡି ରେଢ଼ାଖୋଲରୁ ପ୍ରାର୍ଥୀ କରିଥିବା ବେଳେ ସମ୍ବଲପୁରରୁ ପ୍ରାର୍ଥୀ ହେଲେ ରୋହିତ ପୂଜାରୀ ।

ପୂର୍ବରୁ ରୋହିତ ରେଢ଼ାଖୋଲରୁ ପ୍ରାର୍ଥୀ ହୋଇଥିବା ବେଳେ ପ୍ରଶନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ । ହେଲେ ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିଲେ। ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି ।

Odisha assembly elections 2024

ନବୀନ ପୁଣି ପଶ୍ଚିମ ଓଡ଼ିଶା କାର୍ଡ ଖେଳିଛନ୍ତି । କଣ୍ଟାବାଞ୍ଜି ବିଧାନସଭା ଆସନରୁ ବି ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପକ୍ଷରୁ ଏହି ଘୋଷଣା ହୋଇଛି । ଅର୍ଥାତ୍ ନବୀନ ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜି, ଦୁଇଟି ଆସନରୁ ଲଢ଼ିବାକୁ ସ୍ଥିର କରିଛନ୍ତି ।

ସନ୍ତୋଷ ସିଂ ସାଲୁଜା ଏବେକାର ବିଧାୟକ ବି ଅଛନ୍ତି। କଣ୍ଟାବାଞ୍ଜି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ଯଥାକ୍ରମେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼କୁ ଛୁଇଁଛି। ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ କଣ୍ଟାବାଞ୍ଜି ଏକ ଷ୍ଟ୍ରାଡେଜିକ୍ ଲୋକେସନ ଭାବେ ଜଣାଶୁଣା।

ସେହିପରି ବିଜେପି ମଧ୍ୟ ଗତକାଲି ଦୁଇ ଜଣ ପ୍ରାର୍ଥୀଙ୍କ ନାମ ପରିବର୍ତ୍ତନ କରିଥିଲା । ରଣପୁରରେ ତାପସ ରଞ୍ଜନ ମାର୍ଥାଙ୍କ ବଦଳରେ ସୁରମା ପାଢ଼ୀ ଓ ପଟାଙ୍ଗୀ ଆସନରେ ଚୈତନ୍ୟ ହନ୍ତଳଙ୍କ ବଦଳରେ ଚୈତନ୍ୟ ନନ୍ଦିବାଲୀଙ୍କୁ ଟିକେଟ ଦେଇଥିଲା ।

କଂଗ୍ରେସ ମଧ୍ୟ ତିନି ଜଣଙ୍କ ନାମ ପରିବର୍ତ୍ତନ କରିଥିଲା । ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ କଂଗ୍ରେସ ଦେବେନ୍ଦ୍ର ଭିତିରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା । ସେହିପରି କବିସୂର୍ଯ୍ୟନଗରରେ ଚିରଞ୍ଜିବୀ ବିଷୋୟୀଙ୍କ ସ୍ଥାନରେ ବିପନ ସ୍ବାଇଁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+