ଓଡ଼ିଶା ବିଧାନସଭା ନିର୍ବାଚନ: ବିଜେଡିର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ କହି ବର୍ଷିଲା ବିଜେଡି

ବିଜେଡିର ସଙ୍କଳ୍ପପତ୍ର ଘୋଷଣା ପରେ ଏହାକୁ କାଉଣ୍ଟର ଆଟାକ୍ କରିଛି ବିଜେଡି । ରାଜ୍ୟ ବିଜେପିର ସଙ୍କଳ୍ପପତ୍ରକୁ 'ମିଛ ମାନିଫେଷ୍ଟୋ' ବୋଲି କହିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେଡି ମୁଖପାତ୍ର ସ୍ୱଂୟପ୍ରକାଶ ମହାପାତ୍ର କହିଥିଲେ ଯେ, ବିଜେପି ପ୍ରତି ଗାଁ ଆଉ ପଞ୍ଚାୟତରେ ମୋବାଇଲ୍ ନେଟୱାର୍କ ବସାଇବାକୁ କହିଥିଲା । ହେଲେ ଆଜି ବି କିଛି ଅଞ୍ଚଳରେ ଗଛରେ ନଚଢିଲେ, ପାହାଡ ନଚଢିଲେ ନେଟୱାର୍କ ଆସୁନି । ସେହିପରି କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ନେଇ, ନିଜ ଇସ୍ତାହାରରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସୁବିଧା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ।

Odisha Assembly Election 2024

ବିଜେପି ପୂର୍ବରୁ ଭୂଆଁ ବୁଲେଇ ଆସିଛି, ଆଜି ବି ଭୂଆଁ ବୁଲାଉଛି । ସଙ୍କଳ୍ପ ପତ୍ରରେ ବିଜେପି ଯାହା ଯାହା ସବୁ ପ୍ରତିଶ୍ରୁତି ଦେଇଛି, ସେ ସବୁ ମିଛ ପ୍ରତିଶ୍ରୁତି ବୋଲି କହିଛି ବିଜେଡି । ବିଜେଡି ମୁଖପାତ୍ର ସ୍ୱଂୟପ୍ରକାଶ ମହାପାତ୍ର ଏବଂ ସାଂସଦ ସସ୍ମିତ ପାତ୍ର ବିଜେପି ଉପରେ ବର୍ଷିଛନ୍ତି ।

ବିଜେଡି ନେତା କହିଛନ୍ତି, ବିଜେପି ଚାଷୀଙ୍କ ଆୟ ଦ୍ୱିଗୁଣ କରିବାକୁ କହିଥିଲେ, ହେଲେ କଲେନି । ଏବେ କିନ୍ତୁ ଏମଏସପିକୁ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ।

୨୦୧୪ରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ କହିଥିଲେ, ହେଲେ ତା ମଧ୍ୟ କଲେନି । ଅନ୍ୟପଟେ ରାଜ୍ୟ ବିଜେପି ତାଙ୍କ ମାନିଫେଷ୍ଟୋରେ ଗରିବଙ୍କୁ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ବିଜେଡ଼ି ଆହୁରି କହିଛି, ବିଜେପି ୨୦୧୪ରେ ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ୧୦ ବର୍ଷରେ ସେହି ହିସାବରେ ୨୦ କୋଟି ଚାକିରି ଦେବା କଥା । ଯାହା ଭିତରୁ ଓଡିଶାର ଭାଗ ହେଉଛି ୮୦ ଲକ୍ଷ । ହେଲେ ୮୦ ଲକ୍ଷ ତ ନୁହେଁ ବରଂ ୮୦ ହଜାର ଚାକିରି ମଧ୍ୟ ସେ ଦେଇନାହାଁନ୍ତି । ହେଲେ ଏବେ କିନ୍ତୁ ନିଜ ଇସ୍ତାହାରରେ ଯୁବ ବର୍ଗଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଉଛି ରାଜ୍ୟ ବିଜେପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+