ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ହେବ: ଅମିତ୍ ଶାହା

ସମ୍ବଲପୁରର ଅଇଁଠାପାଲିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଜନସଭାକୁ ସମ୍ବୋଧିତ କରି ବିଜେଡିକୁ ଟାର୍ଗେଟ କରିଛନ୍ତି ଅମିତ । ତେବେ ଏହି ଅବସରରେ ଅମିତ୍ ଶାହ କହିଛନ୍ତି, ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଗଲାଣି । ଏବେ ସୁଦ୍ଧା ବିଜେପି ୩୧୦ ଆସନ ପାର ହୋଇଗଲାଣି । ଆଗାମୀ ୨ ପର୍ଯ୍ୟାୟରେ ଏହି ଆସନ ୪୦୦ ଟପିବ । କେବଳ ଲୋକସଭାରେ ୪୦୦ ଟପିଲେ ହେବନି ବରଂ ଓଡ଼ିଶା ବିଧାନସଭାରେ ମଧ୍ୟ ୭୫ରୁ ଅଧିକ ଆସନ ଆବଶ୍ୟକ ।

ଅମିତ୍ ଶାହ ଏହି ଅବସରରେ କହିଛନ୍ତି ଯେ, ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସହ ମେଡିକାଲ କଲେଜ କରିବୁ । ଓଡ଼ିଶାରେ ପେସା ଆଇନ ଲାଗୁ କରିବୁ । ଓଡ଼ିଶାରେ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ କରିବୁ । ଆଜି ବି ଓଡ଼ିଶାରେ ୨୬ ଲକ୍ଷ ଲୋକଙ୍କ ପାଖରେ ପାନୀୟ ଜଳ ନାହିଁ । ସଡକ, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ବେଶ ପଛରେ ରହିଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବୁଲିଲା, ଯାଞ୍ଚ ରିପୋର୍ଟ ସାବର୍ଜନୀନ କରାଗଲାନି । କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ସାବର୍ଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ ।

amit shah

ନବୀନ ସରକାରକୁ ବହୁତ ସହିଲେଣି ଓଡ଼ିଶାବାସୀ, ଏଠାରେ ବାବୁରାଜ ଚଲାଇଛନ୍ତି । କିନ୍ତୁ ଆଉ ଓଡ଼ିଶାରେ ବାବୁରାଜ ଚାଲିବନି, ବରଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଶାହା ।

ବିଜେପି ସରକାରରେ ଖଣିଜ ପଦାର୍ଥ ରାଜ୍ୟ ବାହାରକୁ ଯିବନି ବରଂ ଏହିଠାରେ ହିଁ ଉତ୍ପାଦନ କରାଯିବ । ଯାହାର ଲାଭ ଓଡ଼ିଶାର ଯୁବବର୍ଗଙ୍କୁ ମିଳିବ । ଓଡ଼ିଶାର ଯୁବବର୍ଗଙ୍କୁ ଦାଦନ ଖଟିବାକୁ ଯିବାକୁ ପଡିବନି, ବରଂ ଏହିଠାରେ ହିଁ ସେମାନଙ୍କୁ ନିଯୁକ୍ତି ମିଳିବ ।

ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ। ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ । ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ ବୋଲି ସେ କହିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+