ଆଜି ବସିବ ସର୍ବଦଳୀୟ ବୈଠକ, ରାଜ୍ୟରେ କୋଭିଡ ପରିଚାଳନାକୁ ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଜାରି ରହିଥିବା କରୋନା ମହାମାରୀକୁ ନେଇ ବିଧାନସଭାରେ ଆଜି ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ବିଧାନସଭା ସମ୍ମିଳନୀ କକ୍ଷରେ ଭର୍ଚୁଆଲ ମୋଡରେ ଏହି ବୈଠକ ଅନୁଷ୍ଠିତ ହେବ।
ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା କରୋନା ମହାମାରୀକୁ ନେଇ ବିଧାନସଭାରେ ଆଜି ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ବିଧାନସଭା ସମ୍ମିଳନୀ କକ୍ଷରେ ଭର୍ଚୁଆଲ ମୋଡରେ ଏହି ବୈଠକ ଅନୁଷ୍ଠିତ ହେବ। ମହାମାରୀ ନିୟନ୍ତ୍ରଣ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଅବଗତ କରାଇବେ।

ବିଧାନସଭା ସମ୍ମିଳନୀ କକ୍ଷରେ ସମସ୍ତ ବିଧାୟକଙ୍କ ପାଇଁ ଭିଡିଓ କନଫରେନ୍ସିଂ ପାଇଁ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ବିଧାୟକ ସେଠାରେ ଥିବା ସଭାରେ ଯୋଗଦେବାରେ ବିଫଳ ହୁଅନ୍ତି, ତେବେ ସେ ନିଜ ନିଜ ଜିଲ୍ଲା ମୁଖ୍ୟାଳୟରେ କିମ୍ବା ନିର୍ବାଚନମଣ୍ଡଳୀରେ ଏହି ବୈଠକରେ ଅଂଶଗ୍ରହଣ କରିପାରିବେ । ଏହି ବୈଠକରେ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀ, ସ୍ୱାସ୍ଥ୍ୟସେବା ସୁବିଧା, ଅମ୍ଳଜାନର ଆବଶ୍ୟକତା ଏବଂ ଅଭାବ ବିଷୟରେ ଆଲୋଚନା କରିପାରିବେ । ଏହା ବ୍ୟତୀତ, ସେମାନେ ଏହି କରୋନାର ବିସ୍ତାରକୁ ପରିଚାଳନା ପାଇଁ ମତାମତ ମଧ୍ୟ ଦେଇପାରିବେ ବୋଲି ବାଚ୍ସପତି କହିଛନ୍ତି ।












Click it and Unblock the Notifications