ବୈଷୟିକ ଶିକ୍ଷା ପାଠ୍ୟକ୍ରମରେ କାହିଁକି ବାଦ୍ ପଡିଲା ଓଡ଼ିଆ ? ମନ୍ତ୍ରୀ କହିଲେ, କେନ୍ଦ୍ରକୁ ଚିଠି ଲେଖିବେ ରାଜ୍ୟ ସରକାର
ଗତ ବର୍ଷ ନିଷ୍ପତ୍ତି ହୋଇଥିଲା ଯେ 10ଟି ଆଞ୍ଚଳିକ ଭାଷାରେ ପାଠକୁ ଅନୁବାଦ କରି ପଢ଼ାଯିବ। ହେଲେ AICTE ଏଥର ଓଡ଼ିଆକୁ ବାଦ ଦେବା ପରିତାପର ବିଷୟ । ଏହାର ପୁନର୍ବିଚାର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବେ ।
ଭୁବନେଶ୍ବର: କୋଭିଡ ସମୟରେ ଅନଲାଇନ ଶିକ୍ଷାର ବହୁ ପ୍ରଚାର ଓ ପ୍ରସାର ହୋଇଛି। ଦେଶର ସମସ୍ତ ଛାତ୍ରଛାତ୍ରୀ ଏବେ ଅନଲାଇନ ଶିକ୍ଷା ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ବୈଷୟିକ ଶିକ୍ଷା ପରି ପାଠ୍ୟକ୍ରମ ଯାହା କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଜାତୀୟ ପ୍ଲାଟଫର୍ମ ସ୍ୱୟଂରେ ପଢ଼ାଯାଉଥିଲା।

ଗତ ବର୍ଷ ନିଷ୍ପତ୍ତି ହୋଇଥିଲା ଯେ 10ଟି ଆଞ୍ଚଳିକ ଭାଷାରେ ପାଠକୁ ଅନୁବାଦ କରି ପଢ଼ାଯିବ। ହେଲେ AICTE ଏଥର ଓଡ଼ିଆକୁ ବାଦ ଦେବା ପରିତାପର ବିଷୟ । ଏହାର ପୁନର୍ବିଚାର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବେ । ଏହି କୋଭିଡ ସମୟରେ ଅନଲାଇନ ଶିକ୍ଷାକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ସେ ଦିଗରେ IT ବିଭାଗ କାମ କରୁଛି। ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ କାହିଁକି ବାଦ ଦିଆଗଲା, ସେ ଉତ୍ତର କେନ୍ଦ୍ର ସରକାର ଦିଅନ୍ତୁ ବୋଲି କହିଛନ୍ତି IT ମନ୍ତ୍ରୀ ତୁଷାରକାନ୍ତି ବେହେରା ।












Click it and Unblock the Notifications