ଶପଥ ନେଲେ ଦୁଇ ବିଧାୟକ ବିଜୟ ଓ ସ୍ୱରୂପ
ଶପଥ ନେଲେ ଦୁଇ ବିଧାୟକ ବିଜୟ ଓ ସ୍ୱରୂପ
ଭୁବନେଶ୍ୱର : ତିର୍ତ୍ତୋଲ ଓ ବାଲେଶ୍ୱର ସଦରର ଦୁଇ ନବନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଆଜି ଶପଥ ନେଇଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଦୁଇ ଜଣଙ୍କୁ ଶପଥ ପାଠ କରାଇଛନ୍ତି ।

ଏହାପରେ ଉଭୟେ ଆସନ୍ତା 20ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ଯୋଗ ଦେଇ ପାରିବେ । ବାଲେଶ୍ୱର ଓ ତିର୍ତ୍ତୋଲରେ ଚଳିତ ଥର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେଡିର ଏହି ଦୁଇ ନୂଆ ମୁହଁ ବାଜିମାତ୍ କରିଥିଲେ । ପ୍ରଥମଥର ପାଇଁ ଉଭୟ ବିଜୟ ଓ ସ୍ୱରୂପ ବିଧାନସଭାକୁ ଆସିବେ ।












Click it and Unblock the Notifications