ଦିନକ ପରେ ଓଡ଼ିଶାରେ ଶପଥ ସମାରୋହ; ଆଜି ବିଧାୟକ ଦଳ ବୈଠକ, କିଏ ହେବେ ମୁଖ୍ୟମନ୍ତ୍ରୀ ?

ନିର୍ବାଚନ ସରିଲା । ଆଉ ଫଳାଫଳ ଆସିଲା । ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ବହୁମତ ହାସଲ କଲା । ଆଉ ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପଦ ଶପଥ ପାଇଁ ମଞ୍ଚ ବି ପ୍ରସ୍ତୁତି ପର୍ଯ୍ୟାୟରେ ।

ତେବେ ଏଯାଏଁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ତା' ଉପରୁ ପରଦା ହଟିନାହିଁ । ଆଜି କାଲି କହି ଦିନ ଗଡ଼ି ଚାଲୁଛି । ହେଲେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ କେବେ ଘୋଷଣା ହେବ, ତାକୁ ଚାତକ ପରି ଚାହିଁ ବସିଛନ୍ତି ରାଜ୍ୟବାସୀ ।

ତେବେ ଏହାରି ଭିତରେ ଆଜି ବିଧାୟକ ଦଳ ବୈଠକ ବସିବ । ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ବାଜିପାରେ । ପ୍ରଥମଥର ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ।

ତେବେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସବୁଠାରୁ ଆଗରେ ଥିବା କୁହାଯାଉଛି । ଯଦି ଧର୍ମେନ୍ଦ୍ରଙ୍କୁ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳେ, ତାହେଲେ ବିଧାୟକମାନଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

MLA meeting today

ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା କେନ୍ଦ୍ରୀୟ ନେତୃତ୍ୱ ନେବେ । ଆଉ କୌଣସି ମୁହୂର୍ତ୍ତରେ ଦିଲ୍ଲୀରୁ କଲ୍ ଆସିପାରେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ନୂଆ ବିଜେପି ସରକାରର ଶପଥଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର । ବିଶେଷ କରି ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛି ପୋଲିସ ।ଏସପିଜି ଟିମ୍, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ ପହଞ୍ଚି ସମାରୋହ ସ୍ଥଳରେ ଅନୁଧ୍ୟାନ କରିଛନ୍ତି । ଏହି ସମାରୋହରେ ରାଜ୍ୟ ଏବଂ ରାଜ୍ୟ ବାହାରର ବହୁ ଅତିଥିଙ୍କ ଆଗମନ ହେବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।ଶପଥ ସମାରୋହରେ ପ୍ରାୟ ୧ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପୂର୍ବରୁ ଇସ୍ତଫା ଦେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥଇଥାନ ହୋଇଥିବା ଅଧିକାରୀ । ବିଜେପି ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ କିଏ ? କାହା ଉପରେ ଭରସା କରିବ କେନ୍ଦ୍ର ବିଜେପି ? କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର? ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କିନ୍ତୁ ସସ୍‌ପେନ୍ସ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+