୨୫ ବର୍ଷ କଣ, ୫୦ ବର୍ଷ କଣ; ବିଜେଡି ୧୦୦ ରହିବ: ନବୀନ ପଟ୍ଟନାୟକ
ଆଜି ମଞ୍ଚରେ ବିଜେଡି଼ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ମା’ ମାନଙ୍କ ଆଶୀର୍ବାଦ ରହିଲେ ଆଗାମୀ ୧୦୦ ବର୍ଷ ଯାଏଁ ଓଡିଶାର ସେବା କରିବାକୁ ବିଜେଡି ସମର୍ଥ ହେବ । ଏଥିପାଇଁ ମହିଳାମାନେ ଆଗେଇ ଆସନ୍ତୁ ଓ ଦାୟିତ୍ୱ ନିଅନ୍ତୁ ।
ପୁରୀ: ଆଜି ବିଜେଡି ପାଳିଛି ତାର ୨୬ତମ ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆଠାରେ ରାଜ୍ୟସ୍ତରୀୟ ବିଶାଳ ସମାବେଶ ଆୟୋଜିତ ହୋଇଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗ ଦେଇଥିବା ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ।

ଆଜି ମଞ୍ଚରେ ବିଜେଡି଼ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ମା' ମାନଙ୍କ ଆଶୀର୍ବାଦ ରହିଲେ ଆଗାମୀ ୧୦୦ ବର୍ଷ ଯାଏଁ ଓଡିଶାର ସେବା କରିବାକୁ ବିଜେଡି ସମର୍ଥ ହେବ । ଏଥିପାଇଁ ମହିଳାମାନେ ଆଗେଇ ଆସନ୍ତୁ ଓ ଦାୟିତ୍ୱ ନିଅନ୍ତୁ ।
ସେହିପରି ନୂଆବର୍ଷର ଆଗୁଆ ଶୁଭେଚ୍ଛା ସହ ଲୋକଙ୍କ ପାଇଁ ନିସ୍ୱାର୍ଥପର କାର୍ଯ୍ୟ ଜାରି ରଖିବାକୁ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ । ଆଦିବାସୀ, ଦଳିତ, ଚାଷୀଙ୍କ ପାଇଁ ଭଲ କାମ କରିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ ସମାଗମ ହୋଇଛି।
ସେ କହିଛନ୍ତି, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ । ସେ କହିଛନ୍ତି ଯେ, ଓଡ଼ିଶାବାସୀ ଦୀର୍ଘ ବର୍ଷ ସେବା କରିବାକୁ ବିଜେଡିକୁ ସୁଯାେଗ ଦେଇଛନ୍ତି । ଏ ସୁଯାେଗ ଦେଇଥିବାରୁ ଦଳ ରାଜ୍ୟବାସୀଙ୍କ ନିକଟରେ ଋଣୀ । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ବିଜେଡି ପାଇଁ ବଡ଼ ପୁଞ୍ଜି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ସବୁବେଳେ ସଫଳତା ମିଳିଲେ ଅହଙ୍କାର ବଢେ । ତେଣୁ ଧାମନଗର ପରାଜୟରୁ ଶିକ୍ଷା ନେଇ ୨୦୨୪ ନିର୍ବାଚନରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । କିଏ ଭାରତ ଗଢୁଛି, ତ କିଏ ଭାରତ ଯୋଡୁଛି କିନ୍ତୁ ନବୀନଙ୍କ ନେତୃତ୍ୱରେ ବିଜେଡି ଓଡିଶାର ପ୍ରଗତି କରୁଥିବା କହିଛନ୍ତି ପ୍ରମିଳା ମଲ୍ଲିକ ।
କୋଇଲା ରୟାଲିଟି, ରେଳ ଓ ଟେଲିଫୋନ ନେଟୱର୍କ, ହାଇୱେ, କେନ୍ଦୁପତ୍ର ଜିଏସଟି ଏବଂ ଚାଷୀ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳା କଥା ଉଠାଇ ବିଜେପିକୁ ଘେରିଛନ୍ତି ସାଂସଦ ସସ୍ମିତ ପାତ୍ର । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଓଡିଶାକୁ ପଛକୁ ଟାଣୁଥିବା ରାଜ୍ୟ ସ୍ୱାର୍ଥ ବିରୋଧରେ ଷଡଯନ୍ତ୍ର କରୁଥିବା ଲୋକଙ୍କ ସହ ଲଢିବାକୁ ନୂଆ ପୀଢିଙ୍କୁ ଆହ୍ୱାନ ଦେଇଛନ୍ତି । ୨୦୦୯ରେ ବିଜେଡି କିଭଳି ବିଜେପିର ହାତଛାଡି ଏକାକୀ ସଫଳତାର ସହ ବିଜୟ ଅଭିଯାନ ଆରମ୍ଭ କଲା ସେହି କଥାକୁ ମନେ ପକାଇ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।
ସୂଚନାଯୋଗ୍ୟ, ୧୯୯୭ ମସିହା ଡିସେମ୍ବର ୨୬ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ। ସେଥିପାଇଁ ରୌପ୍ୟ ଜୟନ୍ତୀ ସମାରୋହ ଶ୍ରୀକ୍ଷେତ୍ରରେ ପାଳନ କରାଯାଉଛି।












Click it and Unblock the Notifications