Opposition Meeting: ପଟନାରେ ନୀତିଶଙ୍କ ବୈଠକରେ କେଉଁ କେଉଁ ଦଳ ଦେବ ନାହିଁ ଯୋଗ !
Opposition Meeting: ଯେତେବେଳେ କଂଗ୍ରେସ ସଂସଦ ଗୃହର ଉଦଘାଟନ ସମାରୋହ ବୈଠକକୁ ବୟକଟ୍ କରିବା ପାଇଁ ଆହ୍ୱାନ ଦେଇଥିଲା ସେତେବେଳେ ପ୍ରାୟ 20ଟି ବିରୋଧୀ ଦଳ ଜାତୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲା କିନ୍ତୁ ବିହାର ଡେପୁଟି ସିଏମ ତେଜସ୍ୱୀ ଯାଦବ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ କହିଛନ୍ତି ଯେ, ବିହାର ସିଏମ ନୀତୀଶ କୁମାରଙ୍କ ନେତୃତ୍ୱରେ ବସିବା ପାଇଁ ଯାଉଥିବା ଏହି ବୈଠକରେ କେବଳ ୧୫ ବିରୋଧୀ ଦଳର ମୁଖ୍ୟ ଯୋଗଦେବାକୁ ଯାଉଛନ୍ତି ।
ପ୍ରାୟ ୧୫ଟି ଦଳର ମୁଖ୍ୟ ପହଞ୍ଚିବେ:ତେଜସ୍ୱୀ ଯାଦବ
ବର୍ତ୍ତମାନ ପାଟନା ବୈଠକରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖାଡଗେ ଅଂଶଗ୍ରହଣକୁ କଂଗ୍ରେସ କରିବେ ବୋଲି ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇଛି । ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏନେଇ ସୂଚନା ଦେଇଛନ୍ତି ।

କେଉଁ ନେତା ମାନେ ଦେବେନି ଯୋଗ
ବିରୋଧୀଙ୍କ ଏହି ବୈଠକରେ ବିଏସପି ମୁଖ୍ୟ ମାୟାବତୀ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ YSR କଂଗ୍ରେସ ସଭାପତି ଜଗନ୍ ମୋହନ ରେଡ୍ଡୀ, ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ସିଏମ କେ.ଚନ୍ଦ୍ରଶେଖର ରାଓ, ବିଜେଡି ମୁଖ୍ୟ ତଥା ଓଡିଶା ସିଏମ ନବୀନ ପଟ୍ଟନାୟକ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ ଯୋଗ ଦେବେ ନାହିଁ ।
ଏହି ବିରୋଧୀ ଦଳ ମଧ୍ୟ ରହିବେ ଦୂରରେ
ଅସଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଏଆଇଏମ୍ଆଇଏମ୍ ନୂତନ ସଂସଦର ଉଦଘାଟନ ସମାରୋହରେ ଯୋଗ ଦେଇ ନଥିଲେ ଏବଂ ଏହି ବୈଠକରେ ମଧ୍ୟ ଦେବେ ନାହିଁ ଯୋଗ । ଓୱାଇସିଙ୍କ ଦଳ ବର୍ତ୍ତମାନ ହାଇଦ୍ରାବାଦରୁ ସମଗ୍ର ଦେଶକୁ ବିସ୍ତାର କରିବା ଆରମ୍ଭ କରିଛି । ଅନ୍ୟପକ୍ଷରେ, ଏହି ବୈଠକରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗର କୌଣସି ପ୍ରତିନିଧୀ ରହିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
2024 ପାଇଁ ବିରୋଧି ହେଉଛନ୍ତି ପ୍ରସ୍ତୁତ
ସୂଚନାଥାଉ ଯେ, 2024 ଲୋକସଭା ନିର୍ବାଚନକୁ ପାଇଁ ବିରୋଧୀଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୋଲି କୁହାଯାଉଛି । ବିଜେପିକୁ କଡା ଟକ୍କର ଦେବା ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଭବିଷ୍ୟତରେ ହୋଇ ପାରେ ମହାମେଣ୍ଟ । ଭେନୁଗୋପାଲ କହିଛନ୍ତି ଯେ ବିରୋଧୀ ଦଳର ଏକତା ପାଇଁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।












Click it and Unblock the Notifications