ମିଳିଲା ନାହିଁ ଆଶ୍ୱସ୍ତି: ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସି ପାରିବେନି ହେମନ୍ତ ସୋରେନ
Hemant Soren: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜମି ସ୍କାମ ମାମଲାରେ ଗିରଫ ହେମନ୍ତ ସୋରେନ ଦାବି କରିଛନ୍ତି ଯେ, ନିର୍ବାଚନ ସମୟରେ ସେ ନିଜ ଦଳ ପାଇଁ ପ୍ରଚାର କରିବା ପାଇଁ ଜେଲରୁ ବାହାରିବାର ଆବଶ୍ୟକତା ରହିଛି ।

ଏହି ମାମଲାର ଶୁଣାଣି ସମୟରେ ହେମନ୍ତ ସୋରେନ ଆହୁରି କହିଛନ୍ତି ଯେ, ଗତ ୨ ମାସ ଧରି ତାଙ୍କ ଗିରଫଦାରୀ ବିରୋଧରେ ତାଙ୍କ ଆବେଦନ ଉପରେ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ନିଜର ନିଷ୍ପତ୍ତି ଦେବା ପରେ ହିଁ ଏହି ମାମଲାରେ ବିଚାର କରାଯିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୬ ତାରିଖରେ ଅନୁଷ୍ଠିତ ହେବ।












Click it and Unblock the Notifications