ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବି: ଅଧୀର ରଞ୍ଜନ
ରାଷ୍ଟ୍ରପତିଙ୍କୁ 'ରାଷ୍ଟ୍ରପତ୍ନୀ' କହି ବିବାଦରେ ଛନ୍ଦି ହୋଇଛନ୍ତି ଅଧିର । ତେବେ ଏଭଳି ବୟାନ ଦେବା ପରେ ଭୁଲ ମାଗିବାକୁ ଦାବି କରିବା ସହ ଏହାର ପ୍ରତିବାଦ କରିଛି ବିଜେପି ।
ନୂଆଦିଲ୍ଲୀ: ପୁଣି ବିବାଦରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ରାଷ୍ଟ୍ରପତିଙ୍କୁ 'ରାଷ୍ଟ୍ରପତ୍ନୀ' କହି ବିବାଦରେ ଛନ୍ଦି ହୋଇଛନ୍ତି ଅଧିର । ତେବେ ଏଭଳି ବୟାନ ଦେବା ପରେ ଭୁଲ ମାଗିବାକୁ ଦାବି କରିବା ସହ ଏହାର ପ୍ରତିବାଦ କରିଛି ବିଜେପି । ଏ ନେଇ ଗଣଣାଧ୍ୟମର ପ୍ରଶ୍ନର ଉତ୍ତର ରଖି ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, "କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ । ଭୁଲ୍ ବଶତଃ କହି ଦେଇଛି ଏଥିପାଇଁ ମୋତେ ଯଦି ଫାଶି ଦିଆଯିବ ତେବେ କିଛି ଅସୁବିଧା ନାହିଁ ।"

ଆଜି ଗୃହରେ ରାଷ୍ଟ୍ରପତିଙ୍କୁ ନେଇ ସାଂସଦ ଅଧୀର ରଞ୍ଜନ ଦେଇଥିବା ବୟାନକୁ ଜୋରଦାର ବିରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅପମାନଜନକ ଟିପ୍ପଣୀ ନିନ୍ଦନୀୟ । ଏନେଇ ଅଧିର ରଂଜନ କ୍ଷମା ମାଗିବା ଉଚିତ ବୋଲି କହିଥିଲେ ସ୍ମୃତି ଇରାନୀ ।
ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଥିଲେ ଯେ, "ଏଭଳି ମନ୍ତବ୍ୟ କଂଗ୍ରେସ ପକ୍ଷରୁ ଜାଣିଶୁଣି ଦିଆଯାଇଛି । ଏଭଳି ଟିପ୍ପଣୀ ଲିଙ୍ଗଗତ ଭେଦଭାବକୁ ଦର୍ଶାଉଛି । ଦେଶରେ ଜଣେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବାରୁ ସମଗ୍ର ଦେଶ ଉତ୍ସବ ପାଳୁଛି । ହେଲେ ଅଧିର ରଞ୍ଜନଙ୍କ ଏପରି ବୟାନ ଦୁର୍ଭାଗ୍ୟଜନକ ।"
କ୍ଷମା ମାଗିବା ପ୍ରସଙ୍ଗ ନେଇ ଅଧୀର ରଂଜନ କହିଛନ୍ତି, "ମୁଁ ରାଷ୍ଟ୍ରପତିଙ୍କୁ ଅପମାନିତ କରିବାକୁ ଚିନ୍ତା କରିପାରିବି ନାହିଁ । ଏହା କେବଳ ଏକ ଭୁଲ ଥିଲା । ଯଦି ରାଷ୍ଟ୍ରପତି ଖରାପ ଅନୁଭବ କରୁଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟି କ୍ଷମା ମାଗିବି ।












Click it and Unblock the Notifications