Get Updates
Get notified of breaking news, exclusive insights, and must-see stories!

ବାଇ ଲ’କୁ ସ୍ଥଗତି ନୁହେଁ ବରଂ ପ୍ରତ୍ୟାହାର କରାଯାଉ : ଆଇନ ମନ୍ତ୍ରୀ ପ୍ରତାପ ଜେନା

ବାଇ ଲ’ ତୁରନ୍ତ ପ୍ରତ୍ୟାହାର ହେଉ । ବାଇ ଲ ଆଣିବା ଦ୍ଵାରା ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର : ବାଇ ଲ' ତୁରନ୍ତ ପ୍ରତ୍ୟାହାର ହେଉ । ବାଇ ଲ ଆଣିବା ଦ୍ଵାରା ପ୍ରତିବନ୍ଧକ ସୃଷ୍ଟି ହୋଇଛି । ବିଭିନ୍ନ ମନ୍ଦିରର ବିକାଶ ମୂଳକ କାର୍ଯ୍ୟ କୁ ରୋକିବା ପାଇଁ ଚେଷ୍ଟା ହୋଇଛି । ବାଇ - ହୋଲ୍ଡ ନକରି ପ୍ରତ୍ୟାହାର କରାଯିବା ଦରକାର ବୋଲି ଆଜି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଆହୁରି ମଧ୍ୟ ଏହାକୁ ପ୍ରତ୍ୟାହାର କରିବା ପାଇଁ ସେ ଦାବି କରିଛନ୍ତି । ଶ୍ରୀଲିଙ୍ଗରାଜରେ ବିକାଶ ମୂଳକ କାର୍ଯ୍ୟ ର ପ୍ରତିବନ୍ଧକ ନହେଉ ବୋଲି ସେ କହିଛନ୍ତି । ବାଇ ଲକୁ ନେଇ ବିଜେପି ସାସଂଦଙ୍କ ବୟାନ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ପ୍ରତାପ ।

ପ୍ରତାପ ଜେନା

ସେ କହିଛନ୍ତି, ଦୁଇ ବିଜେପି ସାସଂଦ ବାଇ-ଲ କୁ ନେଇ ଭିନ୍ନ ମତ ଦେଉଛନ୍ତି ,ନିଜେ ବସି କଥା ହୋଇ ଗୋଟିଏ କଥା କୁହନ୍ତୁ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଏନ୍‌ଏମ୍ଏ ଦ୍ୱାରା ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଇଁ ବାଇ ଲ' ଜାରି କରାଯାଇଛି । ଯାହା ଦ୍ୱାରା ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ବାଧ ଉପୁଜିବ ବୋଲି ଅଭିଯୋଗ ହୋଇଥିଲା । ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁରୀ ଜଗନ୍ନାଥଙ୍କ ମନ୍ଦିର ପାଇଁ ଲାଗୁ ବାଇ ଲ'କୁ ପ୍ରତ୍ୟାହାର କରାଯାଇଛି । କିନ୍ତୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରଙ୍କ ପାଇଁ ବାଇ ଲ' ବଳବତ୍ତର ରହିଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+