Get Updates
Get notified of breaking news, exclusive insights, and must-see stories!

NMA ବାଇ ଲ’ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ 5 ପ୍ରଶ୍ନ

ଏକାମ୍ର କ୍ଷେତ୍ରରେ ପ୍ରସ୍ଥାବିତ ବାଇ ଲ’ ପ୍ରତ୍ୟାହାର ପ୍ରସଙ୍ଗରେ ପ୍ରେସମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ପାଞ୍ଚଟି ପ୍ରଶ୍ନ କରିଛନ୍ତି।

ଭୁବନେଶ୍ୱର: ନୂଆଦିଲ୍ଲୀରେ ଥିବାବେଳେ ଏନଏମଏ ନିୟମ ପ୍ରସଙ୍ଗରେ ନୀରବତା ପାଇଁ ଟ୍ରୋଲ ହେବା ପରେ ଆଜି ଓଡିଶା ପହଞ୍ଚି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏକାମ୍ର କ୍ଷେତ୍ରରେ ପ୍ରସ୍ଥାବିତ ବାଇ ଲ' ପ୍ରତ୍ୟାହାର ପ୍ରସଙ୍ଗରେ ପ୍ରେସମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ପାଞ୍ଚଟି ପ୍ରଶ୍ନ କରିଛନ୍ତି।

Aparajita Sarangi

ଅପରାଜିତାଙ୍କ ପ୍ରଶ୍ନ:

ପ୍ରଶ୍ନ ନମ୍ବର 1

କୀର୍ତିରାଜି ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟାରେ ASIକୁ ସାମିଲ କରାଯାଇନାହିଁ କାହିଁକି । ASIକୁ ରାଜ୍ୟ ସରକାର ସବିଶେଷ ରିପୋର୍ଟ ଦେଇନାହାନ୍ତି କାହିଁକି ?

ASP ର ଚିଠି 27 ଜୁନ୍ 2018, ମାର୍ଚ୍ଚ 13, 2018, ସେପ୍ଟେମ୍ବର 6, 2018, ସେପ୍ଟେମ୍ବର 30, 2019, ଅକ୍ଟୋବର 21, 2019, ନଭେମ୍ବର 28, 2019, ଡିସେମ୍ବର 15, 2019 କାହିଁକି ଉତ୍ତର ଦିଆଗଲା ନାହିଁ? ଏପରିକି ଅକ୍ଟୋବର 10, 2019 ଏବଂ ଜାନୁୟାରୀ 19, 2021 ତାରିଖର ଏହି କାରଣ ଦର୍ଶାଅ ନୋଟିସଗୁଡିକ ମଧ୍ୟ ରାଜ୍ୟ ସରକାର ଉତ୍ତର ଦେଇନଥିଲେ। ଏହି ସମସ୍ତ ଚିଠି ASI ଦ୍ୱାରା ରାଜ୍ୟ ସରକାରଙ୍କୁ ଲେଖାଯାଇଥିଲା। ASI ଶୋ-କେସ ନୋଟିସରେ କିଛି ବେଆଇନ ଅଛି କି ? ଯଦି ବିସ୍ତୃତ ଆଇନର କୌଣସି ଉଲ୍ଲଂଘନ ହୋଇନାହିଁ, ତେବେ କାହିଁକି ଉତ୍ତର ଦିଆଯାଉ ନାହିଁ ?

ପ୍ରଶ୍ନ ନମ୍ବର 2

ଲିଙ୍ଗରାଜ-ଶ୍ରୀମନ୍ଦିର ବିକାଶ ରୂପରେଖ ପ୍ରସ୍ତୁତି ପାଇଁ କେଉଁ ଆର୍କିଓଲୋଜି ଫାର୍ମକୁ ଦାୟିତ୍ୱ ଦିଆଯାଇଛି । ତା ବାବଦରେ ଜନସାଧାରଣଙ୍କୁ ଅବଗତ କରାଯାଉ ନାହିଁ କାହିଁକି ?

ପ୍ରଶ୍ନ ନମ୍ବର 3

ସ୍ଥାପତ୍ୟ ଯୋଜନା ଏବଂ ଡିଆରପି କାହିଁକି ପ୍ରକାଶ କରାଗଲା ନାହିଁ ଏବଂ ସ୍ଥାନୀୟ ସାଂସଦଙ୍କୁ ଜଡିତ ନକରି ବିକାଶ ଯୋଜନା ପ୍ରସ୍ତୁତ କରିବାର କାରଣ କ'ଣ ?

ପ୍ରଶ୍ନ ନମ୍ବର 4

NMA ନିୟମ ଡ୍ରାଫ୍ଟ ଉପରେ ଆଗରୁ ରାଜ୍ୟ ସରକାର କଣ ପାଇଁ ଆପତ୍ତି ଉଠାଉ ନଥିଲେ ?

ପ୍ରଶ୍ନ ନମ୍ବର 5

ଜଗନ୍ନାଥ ମନ୍ଦିର, ପୁରୀ, ଏବଂ ଲିଙ୍ଗରାଜ ମନ୍ଦିର ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସଂରଚନା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କେଉଁ ସ୍ଥାପତ୍ୟ ସଂସ୍ଥା ନିୟୋଜିତ ହୋଇଛନ୍ତି ତାହା ରାଜ୍ୟ ସରକାର ସ୍ପଷ୍ଟ କରିବେ କି? ଏହିପରି ସଂସ୍ଥାଗୁଡ଼ିକର ଐତିହ୍ୟ ପ୍ରକଳ୍ପ ପରିଚାଳନାରେ ଯୋଗ୍ୟତା, ଟ୍ରାକ୍ ରେକର୍ଡ ଏବଂ ପୂର୍ବ ଅଭିଜ୍ଞତା ଅଛି କି ନାହିଁ ତାହା ରାଜ୍ୟ ସରକାର ସ୍ପଷ୍ଟ କରିବେ କି?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+