ଆସନ୍ତାକାଲି ଅପରାହ୍ନରେ ଶପଥ ନେବେ ନୀତିଶ
ଆଜି ଅପରହ୍ନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆରଜେଡି ସୁପ୍ରିମୋ ନୀତିଶ କୁମାର ଆସନ୍ତାକାଲି ଅପରାହ୍ନରେ ମହାମେଣ୍ଟ ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।
ପାଟନା: ବିହାର ରାଜନୀତିକୁ ନେଇ ଚାଲିଛି ଚର୍ଚ୍ଚା । ଆଜି ଅପରହ୍ନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆରଜେଡି ସୁପ୍ରିମୋ ନୀତିଶ କୁମାର ଆସନ୍ତାକାଲି ଅପରାହ୍ନରେ ମହାମେଣ୍ଟ ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

ଆସନ୍ତାକାଲି ଅପରାହ୍ନ 2 ଟାରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବା । ଏନେଇ ରାଜଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି ବୋଲି ରାଷ୍ଟ୍ରୀୟ ଜନତା ଦଳ ଟ୍ବିଟ କରି ସୂଚନା ଦେଇଛି । ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଶପଥ ଗ୍ରହଣ କରିବେ ।
ଆଜି ନିତୀଶ କୁମାର ନିଜ ପଦରୁ ଇସ୍ତଫା ଦେବାପରେ ତାଙ୍କୁ ସାତ ଦଳ ବିଶିଷ୍ଟ ଗଠିତ ମହାମେଣ୍ଟର ନେତା ଭାବେ ନିର୍ବାଚିତ କରାଯାଇଥିଲା । ମହାମଣ୍ଟର 164 ବିଧାୟକଙ୍କ ସମର୍ଥନପତ୍ର ନେଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଜଣାଇଥିଲେ ନୀତିଶ । ତେବେ ରାଜଭବନ ପକ୍ଷରୁ ଆସନ୍ତାକାଲି ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।












Click it and Unblock the Notifications