ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ନୀତିଶ : ଦୁଇ ଜଣଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ

ବିହାରର ପୁଣି ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର । ସପ୍ତମଥର ପାଇଁ ନେଲେ ଶପଥ ।

ନୀତିଶ କୁମାର

ପାଟନା : ବିହାରର ପୁଣି ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର । ସପ୍ତମଥର ପାଇଁ ନେଲେ ଶପଥ । ମୁଖ୍ୟମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ । ତେବେ ସବୁଠାରୁ ବଡ କଥା ହେଉଛି ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି । ବିଜେପିର ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ବିହାରର ରାଜଭବନରେ ଅନୁଷ୍ଠିତ ଆଜିର ଶପଥଗ୍ରହଣ ଉତ୍ସବରେ ଜେଡିୟୁ ଓ ବିଜେପିର ଅନେକ ବରିଷ୍ଠ ନେତା ସାମିଲ ଥିଲେ । ଜଣେ ମୁଖ୍ୟମନ୍ତ୍ରୀ, ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ସମେତ 14 ଜଣ ମନ୍ତ୍ରୀପଦର ଶପଥ ମଧ୍ୟ ନେଇଛନ୍ତି ।

ଆଜିର ପାଳିକୁ ମିଶାଇ ଲଗାତାର ଭାବରେ ନୀତିଶ 4ର୍ଥ ଥର ପାଇଁ ଏହି ମୁଖ୍ୟମନ୍ତ୍ରୀ ପଦରେ ବସିଲେ ।


ଅପରପକ୍ଷରେ ଆଜିର ଏହି ଶପଥଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାମିଲ ହୋଇଥିଲେ । ତେବେ ଆରଜେଡି ଓ କଂଗ୍ରେସର କୌଣସି ନେତା ଏହି ଉତ୍ସବରେ ଯୋଗ ଦେଇନଥିଲେ । ଏଠାରେ ସୂଚନାାଥାଉକି, ଚଳିତ ନିର୍ବାଚନରେ ଏନଡିଏ 125ଟି ଆସନ ପାଇଥିବା ବେଳେ ମହାମେଣ୍ଟ 110ଟି ଆସନ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+