Get Updates
Get notified of breaking news, exclusive insights, and must-see stories!

ବିଦେଶୀ ଝିଅ ବୟଫେଣ୍ଡ ବଦଳାଇବା ପରି ସହଯୋଗୀ ବଦଳାଉଛନ୍ତି ନୀତିଶ:ରାଷ୍ଟ୍ରୀୟ ମହାସଚିବ

ପୁଣି ଥରେ ବିଜେପି ନେତାଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି ନୀତିଶ କୁମାର ।

ମୁମ୍ବାଇ: ପୁଣି ଥରେ ବିଜେପି ନେତାଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି ନୀତିଶ କୁମାର । ବିଦେଶୀ ଝିଅମାନେ ବୟପ୍ରେଣ୍ଡ ବଦଳାଉଥିବା ଭଳି ନୀତିଶ କୁମାର ସରକାର ବଦଳାଉଥିବା କହିଛନ୍ତି ବିଜେପି ନେତା ତଥା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ ।

kailash
ବିଜୟବର୍ଗୀୟ କହିଛନ୍ତି,"ବିହାରରେ ସରକାର ପରିବର୍ତ୍ତନ ଦିନ ମୁଁ ବିଦେଶରେ ଥିଲି । ସେହି ସମୟରେ କେହିଜଣେ କହିଥିଲେ ଏଠିକାର ମହିଳା ଯେକୌଣସି ସମୟରେ ବୟଫ୍ରେଣ୍ଡ ବଦଳାଇ ଦିଅନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସେହିପରି ସେ କେତେବେଳେ କାହା ହାତ ଧରୁଛନ୍ତି କାହା ହାତ ଛାଡୁଛନ୍ତି ତାହା କାହାକୁ ବା ଜଣା ବୋଲି କହିଛନ୍ତି କୈଳାସ।

ବିହାରରେ 2020 ବିଧାନସଭା ନିର୍ବାଚନ ସମୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ 125 ଟି ଆସନ ଜିତିଥିଲା, ସେଥିମଧ୍ୟରୁ ବିଜେପି 74 ଟି, ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) 43, ବିକାଶଶେଲ ଇନସାନ୍ ପାର୍ଟି 4 ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଧର୍ମନିରପେକ୍ଷ) 4 ଟି ଜିତିଥିଲା। ଏହା ଏନଡିଏକୁ ସରକାର ଗଠନ ପାଇଁ ଆବଶ୍ୟକ 122 ସଂଖ୍ୟାଗରିଷ୍ଠତା ଠାରୁ ଠିକ୍ ଉପରେ ରଖିଛି ।

ନିକଟରେ ବିଜେପି ହାତ ଛାଡି ଆରଜେଡି ସହ ହାତ ମିଳାଇଛନ୍ତି ନୀତିଶ କୁମାର । ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ । ଲାଲୁଙ୍କ ପୁଅ ତେଜସ୍ଵୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ ନୀତିଶଙ୍କୁ ଟାର୍ଗେଟ ପିଛା ଛାଡୁନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+