ବିହାରରେ ପୁଣି ନୀତିଶ ରାଜ୍ : ରାଜ୍ୟପାଳଙ୍କୁ ଭେଟିଲେ ନୀତିଶ, ସୋମବାର ଶପଥଗ୍ରହଣ

ଏନଡିଏର ବିଧାୟକ ଦଳ ବୈଠକରେ ନୀତିଶଙ୍କୁ ନେତା ଭାବରେ ନିର୍ବାଚିତ କରାଯାଇଛି ।

ପାଟନା : ବିହାରରେ ପୁଣି ନୀତିଶ କୁମାର ହେବେ ମୁଖ୍ୟମନ୍ତ୍ରୀ । ସପ୍ତମ ଥର ଲାଗି ନୀତିଶ ବନିବେ ମୁଖ୍ୟମନ୍ତ୍ରୀ । ଏନଡିଏର ବିଧାୟକ ଦଳ ବୈଠକରେ ନୀତିଶଙ୍କୁ ନେତା ଭାବରେ ନିର୍ବାଚିତ କରାଯାଇଛି । ନିର୍ବାଚିତ ହେବା ପରେ ନୀତିଶ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ଦାବି ଉପସ୍ଥାପନ କରିଛନ୍ତି । ଏଥିସହ 125 ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ରାଜ୍ୟପାଳଙ୍କୁ ଦେଇଛନ୍ତି ନୀତିଶ । ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ସୁଶୀଲ କୁମାର ମୋଦିଙ୍କୁ ନେଇ ସସପେନ୍ସ ଜାରି ରହିଛି । ଖୁବ୍ ଶୀଘ୍ର ଏନେଇ ଖବର ଦିଆଯିବ ବୋଲି ନୀତିଶ କହିଛନ୍ତି ।

ନୀତିଶ କୁମାର

ଆଜି ଏନଡିଏର ବିଧାୟକ ଦଳ ବୈଠକ ବସିଥିଲା । ଯେଉଁଥିରେ ବିଜେପି, ଜେଡିୟୁ ଓ ଅନ୍ୟ ଦୁଇ ଦଳର ବିଧାୟକମାନେ ସାମିଲ ଥିଲେ । ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ଆରମ୍ଭରୁ ରାଜନାଥ ବିଧାୟକ ଦଳ ନେତା ଭାବରେ ନୀତିଶଙ୍କ ନାଁ ଘୋଷଣା କରିଥିଲେ । ଏହାପରେ ନୀତିଶ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ । ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଅର୍ଥାତ ସୋମବାର ଅପରାହ୍ନ 4.30ରେ ନୂଆ ସରକାରର ଶପଥଗ୍ରହଣ ଉତ୍ସବ ହେବ । ବର୍ତ୍ତମାନର ବିଧାନସଭା ଆସନକୁ ଦେଖିଲେ କେବଳ 36 ଜଣ ବିଧାୟକ ମନ୍ତ୍ରୀ ପାଇଁ ଶପଥ ନେଇ ପାରିବେ । ସୂଚନାଥାଉକି, ଚଳିତ ନିର୍ବାଚନରେ ବିଜେପି 74ଟି ଆସନରେ ବିଜୟୀ ହୋଇଥିବା ବେଳେ ଜେଡିୟୁ 43ଟି ଆସନ ଜିତିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+