ଆଜି ଶପଥ ନେବେ ନବନିର୍ବାଚିତ ଭାଜପା ବିଧାୟକ ଜୟ ଢୋଲକିଆ

ବିଧାନସଭାର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ନୂଆପଡ଼ାର ନବନିର୍ବାଚିତ ଭାଜପା ବିଧାୟକ ଜୟ ଢୋଲକିଆ ଗୁରୁବାର ଶପଥ ଗ୍ରହଣ କରିବେ। ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଅନ୍ୟ ବିଧାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

Newly elected BJP MLA Jay Dholakia to take oath today

ନୂଆପଡ଼ାରେ ଫୁଟିଲା ପଦ୍ମ:

10 ବର୍ଷର ବ୍ୟବଧାନ ପରେ ପୁଣି ନୂଆପଡ଼ାରେ ଫୁଟିଲା ପଦ୍ମ । ବିଜେପିକୁ ବିଜୟର ସ୍ବାଦ ଚଖାଇଛନ୍ତି ଜୟ ଢୋଲକିଆ । ନୂଆପଡ଼ା ବିଜେଡିର ଗଡ଼ ଭାବେ ପରିଚିତ ଥିବା ବେଳେ ମୋଦି ଲହର ଆଗରେ କାମ ଦେଲାନି ବିଜେଡି ରଣନୀତି । କାମ ଦେଲାନି ନବୀନଙ୍କ ଡବଲ ରାଲି । ଗଡ ବଞ୍ଚାଇବାରେ ଫେଲ୍‌ ମାରିଲେ ବିଜେଡି ସୁପ୍ରିମୋ । ଚିତପଟାଙ୍ଗ ମାରିଲା କଂଗ୍ରେସ । 83748 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନ ଓ ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି ।

ବ୍ୟବସାୟୀରୁ ବିଧାୟକ:

ବ୍ୟବସାୟୀରୁ ବିଧାୟକ ହୋଇଛନ୍ତି, 32 ବର୍ଷୀୟ ଜୟ ଢୋଲକିଆ। ଜୟ ଢୋଲକିଆ ହେଉଛନ୍ତି ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ସୁପୁତ୍ର । ବାପା ରାଜେନ୍ଦ୍ର ଢୋଲକିଆ 4 ଥରର ବିଧାୟକ ଥିବାବେଳେ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ ରାଜନୀତିଠୁ ଦୂରେଇ ରହି ବ୍ୟବସାୟ କରୁଥିଲେ ଜୟ । ବାପା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ ଥାପିଥିଲେ ଜୟ ଢୋଲକିଆ । ଗତ ଅକ୍ଟୋବର 11ରେ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ବିଜେପି ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।

ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୭୪୮ ଭୋଟରେ ଜିତିଛନ୍ତି। ୨୯ ରାଉଣ୍ଡ ଗଣତି ପରେ ଜୟଙ୍କୁ ଏକ ଲକ୍ଷ ୨୩ ହଜାର ୮୪୯ ଭୋଟ୍ ମିଳିଛି। ଦ୍ଵିତୀୟରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ତାଙ୍କୁ ୪୦ ହଜାର ୧୨୧ ଭୋଟ୍ ମିଳିଛି। ତୃତୀୟରେ ଥିବା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮ ହଜାର ୪୦୮ ଭୋଟ୍।

ଫଳାଫଳ ସହ ନୂଆପଡ଼ା ଉପନିର୍ବାଚନରେ ସବୁ ଆକଳନ ଭୁଲ ପ୍ରମାଣିତ ହୋଇଛି। କାରଣ ଖୋଦ୍ ବିଜେପି ମଧ୍ୟ ଆଶା କରି ନ ଥିଲା ଯେ, ତାଙ୍କ ଦଳ ଏମିତି ବିଜୟ ହାସଲ କରିବ। ଦଳ ୫୦ ହଜାର ଭୋଟରେ ଜିତିବ ବୋଲି ଦଳର ନେତା ପୂର୍ବରୁ କହିଥିଲେ। ହେଲେ ନୂଆପଡ଼ାବାସୀ ଜୟଙ୍କୁ ବମ୍ପର ଭୋଟ୍ ଦେଇ ଜୟଯୁକ୍ତ କରାଇଛନ୍ତି। ଆଉ ନବୀନ ମ୍ୟାଜିକ ମଳିନ ପଡ଼ୁଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆକୁ ନୂଆପଡ଼ା ଭୋଟର ତୃତୀୟ ସ୍ଥାନରେ ରଖିଛନ୍ତି। ତେବେ ୨୦୨୪ ନିର୍ବାଚନରେ ୫୧ ହଜାର ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଥିବା ଘାସିରାମ ମାଝୀ ଉପନିର୍ବାଚନରେ ନିଜର ସେତିକି ଭୋଟ୍ ବି ବଞ୍ଚାଇ ପାରି ନାହାନ୍ତି।

ଅନ୍ୟପଟେ ଜୟ ଢୋଲକିଆ ନିଜ ବାପା ରାଜେନ୍ଦ୍ର ଢୋଲକିଆ ୨୦୨୪ରେ ପାଇଥିବା ୬୧ ହଜାର ୮୨୨ ଭୋଟଠୁ ୫୦ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପାର୍ଟିରେ ମିଶାଇବାର ସୁଫଳ ଦଳକୁ ମିଳିଛି। ଅନୁକମ୍ପାମୂଳକ ଭୋଟ୍ ହାତେଇବା ସହ ୨୦୨୪ରେ ପାଇଥିବା ୪୪ ହଜାର ୮୧୪ ଖଣ୍ଡ ଭୋଟ୍ ପାଇ ଐତିହାସିକ ବିଜୟ ହାସଲ କରିଛି ବିଜେପି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+